ଜୀବନ ନେବ ଲାଦେର ପାଲି ବଡକଣ୍ଟା କୁ ଯିବା ରାସ୍ତାରେ ଥିବା ପୋଲ…

ବରଗଡ଼୧୬/୦୮(ନବୀନ କୁମାର ଦାଶ):ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୱାର୍ଡ ନଂ -୯ ଲାଦେର ପାଲି ବସ୍ତି ବନ୍ଦପଡା ସ୍କୁଲ ଦେଇ(ଜଳା ଶୟ)ବଡକଣ୍ଟା କୁ ଯିବା ରାସ୍ତା ରେ ୧୯୯୮ମସିହା ପଞ୍ଚାୟତ ଶାସନ କାଳରେ ୧୫ହଜାର ସରକାରୀ ଓ ଗାଆଁ ପାଣ୍ଠି ରୁ ୮ହଜାର ସମୁଦାୟ ୨୩ହଜାର ଟଙ୍କା ଖର୍ଚ୍ଚ ରେ ପୋଲ ଟି ତିଆରି ହୋଇଥିଲା।ଯାହା ଦୀର୍ଘ ୨୭ବର୍ଷ ର ପୋଲ ଏବେ ଜୀବନ ନେବା ଅବସ୍ଥାରେ ବିପଦକୁ ଆମନ୍ତ୍ରଣ କରି ଝୁଲି ରହିଛି।

ରାତି ପାହିଲେ ଏହି ପୋଲ ଦେଇ ଲୋକେ ସ୍ନାନ ଶୌଚାଦି କର୍ମ,ଗାଈଗୋରୁ ନେବା ଆଣିବା ସହ ବିଲବାଡ଼ି କୁ ଯିବା ଆସିବା କରି ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି।ଏବେ ପୁଣି ଏନ୍ଏସି ଗଠନ କୁ ଦୀର୍ଘ ୧୨ବର୍ଷ ରୁ ଉର୍ଦ୍ଧ୍ବ ବିତିଯାଇ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ବାର ମ୍ବାର ଅଭିଯୋଗ ହୋଇ ଆସୁ ଥିଲେ ସୁଦ୍ଧା ସରକାରୀଆ ବାବୁ ମାନେ ଆସି ହଁ କରିଦେବା ରେ ଅଟକି ରହି ବୋଧେ ଏନଏସି ପ୍ରଶାସନ କେଉଁ ଗୋଟେ ବଡ ଅଘଟଣ ର ଅପେକ୍ଷା ରେ ରହିଛି ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ର ବିଷୟ ହୋଇଛି।କେବଳ ସେତିକି ନୁହେଁ ଏନଏସି ପକ୍ଷରୁ ଏହି ଜଳାଶୟ ମାଛ ଚାଷ ପାଇଁ ଠିକା ନେଇ ପ୍ରଶାସନ ଖଜଣା ମଧ୍ୟ ଅସୁଲି କରି ଆସୁ ଥିଲା।

ହେଲେ ଏବେ ପୋଲ ସହ ରାସ୍ତା ଉନ୍ନତି ଓ ଜଳାଶୟ ର ରକ୍ଷଣାବେକ୍ଷଣ ଅଭାବ ରୁ ମାଛ ଚାଷ ତ ତେଣିକି ଥାଉ ଲୋକେ ସ୍ନାନ ଶୌଚ ମଧ୍ୟ ହୋଇପାରୁ ନାହିଁ ବୋଲି ଲୋକେ କହନ୍ତି।ଏନେଇ ତୁରନ୍ତ ବିଭାଗୀ ୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଲୋକଙ୍କ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲେ ବଡ ଅଘଟଣ କୁ ଏଡ଼ାଇ ହେବ ବୋଲି ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସେୟାର କରନ୍ତୁ

Next Post

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ‌ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ମହାସମାରୋହରେ ପାଳିତ...

Sat Aug 16 , 2025
ସଂଜୟ ଶତପଥୀ(କଟକ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ଅବସରରେ ଜୁଡ଼ିସୀଆଲ ଗୋଲେଇ ଛକ ରେ ଥିବା ତାଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିରେ କଟକ ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭାଜପା ନେତା ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, ଇନ୍ଦ୍ରମଣି ମଲ୍ଲିକ,ମହମ୍ମଦ ସବୀର, ସୁବାଷ ମହାନ୍ତି, ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ପ୍ରଫେସର ରବି ରଥ, ଇଂ ହରିଚନ୍ଦନ […]

You May Like

Pin It on Pinterest