
କଳାହାଣ୍ଡିବ୍ୟୁରୋ: କଳହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲାରୋଡ ସ୍ଥିତ ହୋଟେଲ ଦିଶା ଠାରେ ଅଗଷ୍ଟ ୧୫ ତାରିଖ ଶୁକ୍ରବାର ୪ ଘଣ୍ଟା ସମୟରେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ନର୍ଲା ସର୍ଗିଗୁଡ଼ା ମାଣ୍ଡେଲ୍ ଭଳି ତିନିଗୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ନର୍ଲା ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ନ ପାରି ବର୍ଷ ବର୍ଷ ପଡି ରହିଥିବା ରୁ ବୈଠକ ରେ ଉଦବେଗ ପ୍ରକାଶ ପାଇଛି ବିଶେଷ କରି ଆଲୋଚନା ରେ କୃଷି ,ଜଳସେଚନ ସ୍ବାସ୍ଥ୍ୟ ସେବା ଗମନାଗମନ , ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଏବଂ ନର୍ଲା ଅଞ୍ଚଳର ସାମଗ୍ରିକ ବିକାଶ କୁ ତ୍ୱରାନ୍ୱିତ କରିବା ପାଇଁ ଏକ କମିଟି ଗଠନ ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଦିଆଯାଇଥିଲା ଏବଂ ଏହି ସବୁ କାର୍ଯ୍ୟକୁ ଶୃଙ୍ଖଳିତ ଭାବରେ ପରିଚାଳନା ପାଇଁ ଏକ ଅଣ ରାଜନୈତିକ ବିକାଶ ମଞ୍ଚ ଗଠନ କରାଯାଇଅଛି।
ଏହି ମଞ୍ଚରେ ସଭାପତି ଭାବରେ ଶ୍ରୀ ପ୍ରଦୀପ କୁମାର ନାଏକ , ଉପ ସଭାପତି ଜଗନ୍ନାଥ ସାହୁ , ବିମଳ ପ୍ରସାଦ କେଡିଆ ଓ ଦର୍ପଦଳନ ସେନାପତି ମନୋନୀତ ହୋଇଛନ୍ତି ଏବଂ ସାଧାରଣ ସମ୍ପାଦକ ଭାବରେ ଚିରଞ୍ଜିବୀ ଗୌଡିଆ ମନୋନୀତ ହୋଇଥିବା ବେଳେ ସହ ସମ୍ପାଦକ ଭାବରେ ଦିପୁ ପାତ୍ର ମନୋନୀତ ହୋଇଛନ୍ତି ସେହିଭଳି କୋଷାଧ୍ୟକ୍ଷ ପଦବୀ ରେ ଡୋଲେଶ୍ୱର୍ ସାହୁ ମନୋନୀତ ହୋଇଛନ୍ତି ଏହି ବିକାଶ ମଞ୍ଚ ନର୍ଲା ନାମରେ ନାମିତ କରାଯାଇଅଛି ଏହି ମଞ୍ଚ ଜରିଆରେ ନର୍ଲା ଅଞ୍ଚଳର ଅନେକ ଗୁଡ଼ିଏ ଜନହିତକର ଯୋଜନା ତ୍ୱରାନ୍ୱିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ସଂଚାର ହୋଇଛି ।