ସାନ୍ତପୂର୍ ଗ୍ରାମ ପଞ୍ଚାୟତ ରେ ଗ୍ରାମ ସଭାରେ ପୂର୍ବ ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ…

କଳାହାଣ୍ଡି/ନର୍ଲା(ନି.ପ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସାନ୍ତପୂର୍ ଗ୍ରାମ ପଞ୍ଚାୟତ ରେ ୨୦୨୫-୨୬ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି କିନ୍ତୁ ଉକ୍ତ ଗ୍ରାମ ସଭାରେ ୨୦୨୪-୨୫ ମସିହାରେ ଦିଆଯାଇଥିବା କାର୍ଯ୍ୟ ଖସଡ଼ା ମୋଟ ୩୭ ଗୋଟି କାର୍ଯ୍ୟ ମଧ୍ୟରୁ ମାତ୍ର ପାଞ୍ଚ ଗୋଟି କାର୍ଯ୍ୟ ହୋଇଥିବା ବେଳେ ଦୁଇଟି କାର୍ଯ୍ୟ ଚାଲୁ ରହିଛି ଏବଂ ତିରିଶ ଗୋଟି କାର୍ଯ୍ୟ ବିଲକୁଲ ହୋଇ ନ ଥିବା ସୂଚନା ମିଲିଛି ।

ସବୁଠୁ ପରୀତାପ ର ବିଷୟ ସେହି ୭ ଟି କାର୍ଯ୍ୟରେ ଗୋଟେ ବି ମନରେଗା କାର୍ଯ୍ୟ ସ୍ଥାନ ପାଇନଥିବା ଅଭିଯୋଗ ହଇଛି କାରଣ ନର୍ଲା ବ୍ଲକ ଏକ ଦାଦନ ପ୍ରବଣ ଭାବରେ ବେଶ ପରିଚତ ତେଣୁ ଉପସ୍ଥିତ ଗ୍ରାମ ସଭାର ସମସ୍ତ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ,ଏବଂ ପୂର୍ବରୁ ଦିଆଯାଇଥିବା କାର୍ଯ୍ୟ ଖସଡ଼ା ମାନ କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ନୂଆ ଏକ୍ସନ୍ ପ୍ଲାନ୍ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

ଫଳରେ ଏହି ପ୍ରସ୍ତାବ କୁ ଗ୍ରାମ ସଭାରେ ପ୍ରସ୍ତାବ ନମ୍ବର ୩ ରେ ସ୍ଥାନ ଦିଆଯାଇ ଲିପିବଦ୍ଧ କରାଯାଇଅଛି।ଏଣୁ ଏ ଦିଗରେ ଜିଲ୍ଲାପାଳ ସ୍ଵତନ୍ତ୍ର ଧ୍ୟାନ ଦେଇ ନିରୁତ୍ସାହଜନକ କାର୍ଯ୍ୟ କାହିଁକି ହେଉଛି ଏବଂ ଏଥିରେ କେଉଁ ଅଧୀକାରୀ ଙ୍କ ଅବହେଳା ରହିଛି ବୋଲି ଭାରତୀୟ ମଜଦୂର ସଂଘ ର ରାଜ୍ୟ ସମ୍ପାଦକ ବିଶ୍ଵ ରଞ୍ଜନ ସା ଅଭିଯୋଗ ଆଣିଏହାର ତଦନ୍ତ ଦାବି କରିଛନ୍ତି।

ସେୟାର କରନ୍ତୁ

Next Post

ସାମ୍ବାଦିକମାନଙ୍କ ପେନ୍‍ସନ୍‍ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି: ମୁଖ୍ୟମନ୍ତ୍ରୀ

Sun Aug 17 , 2025
ଭୁବନେଶ୍ୱର(ନି.ପ୍ର):ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅନ୍ୟ ରାଜ୍ୟ ପରି ପେନ୍‍ସନ୍‍ ପ୍ରଦାନ କରିବେ। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସରକାର ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଅନେକ ସାମ୍ବାଦିକ ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆମେ ବିରୋଧୀ ଆସନରେ ଥିବାବେଳେ ଏହି ପ୍ରସଙ୍ଗ ଉଠାଉଥିଲୁ।ଏବେ ଶାସନ ଗାଦିକୁ ଆସିବା ପରେ ଯାହା ଦାବି କରୁଥିଲୁ ତାକୁ […]

You May Like

Pin It on Pinterest