ପଶ୍ଚିମ ଓଡିଶା ର ଭାଷା, କଳା ସଂସ୍କୃତି ର ପ୍ରଚାରକ ଙ୍କ ଜନ୍ମ ଜୟନ୍ତି ମହୋତ୍ସବ…

ବରଗଡ଼/ବଲାଙ୍ଗିର୨୦/୦୮(ନବୀନ କୁମାର ଦାଶ): ସ୍ଥାନୀୟ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ବଲାଙ୍ଗୀର ଠାରେ ଗୁରୁ ଭଗବାନ ସାହୁ କଳା ନିକେତନ ପକ୍ଷରୁ ପଶ୍ଚିମ ଓଡିଶା ର ଭାଷା,କଳା ସଂସ୍କୃତି ର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ଜନ୍ମ ବାର୍ଷିକୀ ପାଳିତ ହୋଇ ଯାଇଛି।

କଳା ନିକେତନ ର ସଭାପତି ଡକ୍ଟର ବାସନ୍ତୀ ମଞ୍ଜରୀ ହନୁମାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶ୍ରୀକର ମିଶ୍ର, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ କବି ଡକ୍ଟର ବନବାସ ମେହେର,କବି ସଚ୍ଚିଦାନନ୍ଦ ପଧାନ ପ୍ରମୁଖ ଯୋଗ ଦେଇ ଗୁରୁ ଭଗବାନ ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ଅତିଥି ମାନଙ୍କ ଦ୍ୱାରା ନାଟ୍ୟ ନିଶାର ଅହମ୍ମଦ ନିସାର ଙ୍କ କବିତା ସଂକଳନ ଭାବ କୁ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ଶଦ୍ଧ ନୃତ୍ୟ ଉପରେ ଏକ ଆଲୋ ଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଆଲୋଚକ ଭାବରେ ଶାସ୍ତ୍ରୀୟ ଶଦ୍ଧନୃତ୍ୟ ଗୁରୁ ଭାଗ ବତ ପଧାନ ଯୋଗ ଦେଇ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଉପରେ ଆଲୋଚନା କରି ଏହାର ପ୍ରାଚୀନତା,ସ୍ୱତନ୍ତ୍ରତା ଉପରେ ଆଲୋଚନା କରିଥିଲେ।କାର୍ଯ୍ୟ କାରୀ ସଭାପତି ନିରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ କୁମାର କୁଅଁର ସଂଯୋ ଜନା କରିଥିଲେ।ଦ୍ବିତୀୟ ଅଧି ବେଶନରେ କବୟିତ୍ରୀ ରଶ୍ମୀ ପାତ୍ର ଓ ସବିତା ମହରା ଙ୍କ ସଂଯୋଜନା ରେ କବିତା ପାଠୋ ତ୍ସବ ଅନୁଷ୍ଠିତ ହୋଇଥିଲା ଏଥି ରେ ଅନୁଷ୍ଠାନ ର ଉପଦେଷ୍ଟା ଉମାକାନ୍ତ ହୋତା ଓ ଅଧ୍ୟାପକ ଧର୍ମେନ୍ଦ୍ର ପଧାନ ମଂଚାସୀନ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କବି ସଂଯୁକ୍ତା ପରିଛା, କଳାକାର ଦିଲ୍ଲୀପ ଦୀପ,ନାଟ୍ୟ କାର ପ୍ରକାଶ ଥନାପତି ବକ୍ତବ୍ୟ ପ୍ରଦାନ କରିଥିଲେ।

ବହୁ କବି ଓ କବୟିତ୍ରୀ କବିତା ପାଠ କରି ଥିଲେ।ଖୁସି ସାଂସ୍କୃତିକ ଓ ଗବେଷଣା ଅନୁଷ୍ଠାନ ର ନୃତ୍ୟ ଗୁରୁ ଜ୍ୟୋତି ରେଖା ତ୍ରିପାଠୀ ଙ୍କ ନିର୍ଦେଶନା ରେ ଲୋକ ନୃତ୍ୟ ପରିବେଷଣ ହୋଇଥିଲା।ଶେଷ ରେ ସଂପାଦକ ସଂଦୀପ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଅର୍ଦ୍ଧ ଅର୍ଦ୍ଧ ଦଗ୍ଧ ଅସହାୟ ମାନସିକ ଅନଗ୍ରସର ମହିଳା ଙ୍କ ଥଇଥାନ କଲା ନିଷ୍ଠା ପରିବାର

Thu Aug 21 , 2025
ବରଗଡ଼୨୦/୦୮(ନବୀନ କୁମାର ଦାଶ):ସୋହେଲା ରୁ ହଲଦୀ ପାଲି ଛକ ନିକଟ ଜାତୀୟ ରାଜପଥ କଡ଼ରେ ଅତି ଦୟନୀୟ ନଗ୍ନ ଅବସ୍ଥା ରେ ପଡ଼ି ରହିଥିବା ଜଣେ ମାନସିକ ଅନଗ୍ରସର ମହିଳା ଙ୍କୁ ରୁଦ୍ର ପ୍ରତାପ ସାହୁ ଓ ତାଙ୍କ ର କିଛି ବନ୍ଧୁ ଅଶୋକା ଆମ୍ବୁଲାନ୍ସ ସାହାଯ୍ୟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇବା ସହ ଆମ ନିଷ୍ଠା ପରିବାର କୁ ଖବର ଦେଇ ଥିଲେ। ନିଷ୍ଠା ପରିବାର […]

You May Like

Pin It on Pinterest