ଧାନ ପଞ୍ଜୀକରଣରେ ବାଧକ ନେଟ୍ :ଚାଷୀ ହନ୍ତସନ୍ତ,ସମୟ ସୀମା ବୃଦ୍ଧି ପାଇଁ ଦାବି…

ବରଗଡ଼୨୪/୦୮(ନବୀନ କୁମାର ଦାଶ):ଖରିଫ ଧାନବିକ୍ରି ପାଇଁ ପଞ୍ଜି କରଣରେ ଜଟିଳତା କୁ ବିରୋଧ କରି ଚାଷୀ ଆନ୍ଦୋଳନ ପରେ ତାହା ସରଳୀ କରଣ ହୋଇଛି।ହେଲେ ଏବେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ରେ ପଞ୍ଜିକରଣରେ ନେଟ୍ ସମସ୍ୟା ବାଧକ ସାଜିଛି।

ଚାଷୀଙ୍କ ଧାନକାର୍ଡ ପଞ୍ଜିକରଣ ସାଇଡ୍ ବେଳେ ଦୀର୍ଘ ସମୟ ସର୍ଭର (ନେଟ) ଆସୁନଥିବାରୁ ପଞ୍ଜି କରଣ ରେ ଅସୁବିଧା ହେଉଥିବା ଚାଷୀମାନେ ଅଭିଯୋଗ କରି ଛନ୍ତି।ବ୍ଲକ୍‌ର ୯୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି।ଚାଷୀ ପଞ୍ଜିକରଣ କରି ଧାନବିକ୍ରି କଲେ ୩୧୦୦ ଟଙ୍କା ମିଳିବା ଆଶାରେ ଅନ୍ନଦାତା। ହେଲେ ଚାଷ ସମୟରେ ଚାଷୀ ପଞ୍ଜିକରଣ କରିବାକୁ ଆସୁଥ‌ିବା ବେଳେ ପଞ୍ଜିକରଣ ସାଇଡରେ ବିଳମ୍ବ ହେଉଥ‌ିବାରୁ ଚାଷୀ ହନ୍ତ ସନ୍ତ ହେଉଛନ୍ତି।

ଏଥପ୍ରତି ଦୃଷ୍ଟି ଦେଇ ସରକାର ଏହାର ତ୍ବରିତ ସମାଧାନ ସର୍ଭର(ନେଟ୍) ଆସୁ ନଥିବାରୁ ପଞ୍ଜିକରଣରେ ବହୁତ ଅସୁବିଧା ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ଆସନ୍ତା ୨୫ ତାରିଖ ପଂଜିକରଣର ଶେଷ ତାରିଖ ବୋଲି ଘୋଷଣା କରିଛନ୍ତି |ଯାହା ଫଳରେ ଅତାବିରା ଅଂଚଳର ହଜାର ହଜାର ଚାଷୀ ପଞ୍ଜି କରଣ ନ କରି ଧାନବିକ୍ରୀ କରିବାରେ ବଂଚିତ ହେବେ।ପଞ୍ଜିକରଣ ର ସମୟ ସୀମା ଆଉ ୨୦ ଦିନ ବଢାଯାଉ ବୋଲି ଓଡିଶା ରାଜ୍ୟ କୃଷକ ସଂଘଠନ ର ସମ୍ପାଦକ ସୁରେଶ କର୍ଣ୍ନ, ସୁରେନ୍ଦ୍ର କଠାର,ବାସୁଦେବ ନାଗ ପ୍ରମୁଖ ଚାଷୀମାନେ ଦାବୀ କରିଛନ୍ତି।

ସେୟାର କରନ୍ତୁ

Next Post

ରାଜ୍ୟରେ ୨୬ରୁ ୨୯ ପ୍ରବଳ ବର୍ଷା ସମ୍ଭାବନା

Mon Aug 25 , 2025
ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସକ୍ରିୟ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର […]

You May Like

Pin It on Pinterest