
ବରଗଡ଼୨୪/୦୮(ନବୀନ କୁମାର ଦାଶ):କିଛି ଦିନ ପୂର୍ବ ରୁ ଜଣେ ଅଜଣା ବ୍ୟକ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ଆସି ଥିଲେ।ତାଙ୍କ ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇ ଥିବା ଖବର ସୋସିଆଲ ମିଡ଼ିଆ ରେ ଦେବା ସହ ଭଟଲି ପୋଲିସ ଙ୍କୁ ଏ ନେଇ ଜଣାଇଦଆଯାଇଥିଲା।
ପୋଲିସ ସହଯୋଗରେ ଶବ ସଂରକ୍ଷଣ ଗୃହ ରେ ତାଙ୍କ ମର ଶରୀରକୁ ରଖାଗଲା।ପରେ ଆମେ ଜାଣିବାକୁ ପାଇଲୁ ଯେ ବ୍ୟକ୍ତି ଜଣକ ଦଶ ବାର ବର୍ଷ ରୁ ବିରମାଲ ଅଞ୍ଚଳ ରେ ଥିଲେ।କେହି ତାଙ୍କ ର ପରିଚୟ ଜାଣି ନାହାନ୍ତି।ବିରମାଲ ଛକ ରେ ଥିବା ପଞ୍ଚମ ହୋଟେଲ ରେ ଦୀର୍ଘ ଦିନ ଧରି କାମ କରୁଥିଲେ।ଏ ନେଇ ନିଷ୍ଠା ପରିବାର ର ଉପଦେଷ୍ଟା ସଚି ପଣ୍ଡା,ସଭାପତି ଅଶ୍ୱିନୀ ତ୍ରିପାଠୀ ଓ ସଂଯୋଜକ ଲବ ସାହୁ ଉକ୍ତ ହୋଟେଲ କୁ ଯାଇ ମାଲିକ ଙ୍କୁ ସବୁ କଥା ଅବଗତ କରିବା ସହ ଶବ ସତ୍କାର ପାଇଁ ଯିବାକୁ ଅନୁରୋଧ କରାଯାଇ ଥିଲା।
ମାଲିକ ପୋଲିସ କେଶ ହୋଇଯିବା ଭୟ ରେ ଶବ ସତ୍କାର ପାଇଁ ଯିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇ ଥିଲେ।ଆମେ ବହୁତ ବୁଝାସୁଝା କଲା ପରେ ବି ସେ ରାଜି ହୋଇ ନ ଥିଲେ।ଆମେ ନିରାଶ ହୋଇ ଫେରି ପୋଲିସର ଲିଖିତ ଅନୁ ମତି ନେଇ ଦୀର୍ଘ ୯୬ଘଣ୍ଟା ବ୍ୟବ ଧାନ ପରେ ନିଷ୍ଠା ପରିବାର ତରଫରୁ ସସମ୍ମାନେ ଶବ ସତ୍କାର କରାଯାଇଥିଲା।ଏହି ମହତ୍ କାମ ରେ ଭଟଲି ପୋଲିସ ଙ୍କ ସହ ଆମ ନିଷ୍ଠା ପରିବାର ର ସଂଯୋ ଜକ ମାନସ ମେହେର,ଅମିତ ଭୋଇ,ଶୁଭ୍ରାଂଶୁ ସରାଫ ଓ ବିମଳା ଭଉଣୀ ଉପସ୍ଥିତ ଥିଲେ।