ରାଜ୍ୟରେ ୨୬ରୁ ୨୯ ପ୍ରବଳ ବର୍ଷା ସମ୍ଭାବନା

ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଛି। ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସକ୍ରିୟ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୁର୍ଣ୍ଣିବଳୟଟି ସକ୍ରିୟ ଥିବା ବେଳେ ଏହା ଅଧିକ ଘନୀଭୂତ ବା ଘୁର୍ଣ୍ଣିବଳୟ ପ୍ରଭାବରେ ୪୮ ଘଣ୍ଟାରେ ଲଘୁଚାପର ରୂପ ନେବ। ପ୍ରଭାବରେ ଆଗାମୀ ୫ ଦିନ ଯାଏ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ବିଶେଷକରି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କେନ୍ଦୁଝର ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି ହୋଇଛି। ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ସହ ରାୟଗଡ଼ା ଓ ଗଜପତି ପ୍ରବଳରୁ ଅତି ପ୍ରବଳ ବର୍ଷା ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ସେୟାର କରନ୍ତୁ

Next Post

ବରପାଲି ଠାରେ ପାୱlର ଅଫ ଦିବ୍ୟlଙ୍ଗସ୍ ବରଗଡ ତରଫରୁ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

Mon Aug 25 , 2025
ବରଗଡ଼୨୪/୦୮(ନବୀନ କୁମାର ଦାଶ):ରବିବାର ଦିନ ପୂର୍ବାହ୍ନ ୧୦.୩୦ ମି.ସମୟରେ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପଠାରେ ବରପାଲି ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପାୱାର ଅଫ ଦିବ୍ୟlଙ୍ଗସ ର ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ,ମୁଖ୍ୟ ଅତିଥି ଭାବେ ବରପାଲି ଏନ.ଏ. ସି. ଚେୟାରମ୍ୟାନ ଦିନେଶ ଗହୀର,ସୁଇଟ ସ୍ମlଲ ଦିବ୍ୟlଙ୍ଗ ଟ୍ରଷ୍ଟ ର ମୁଖ୍ୟ ମଞ୍ଜୁଲତା ଦାଶ, ସରସ୍ବତୀ ସଂଘ ର ଉପସଭାପତି ଘରଯୁଗୀ […]

You May Like

Pin It on Pinterest