ଅଗଷ୍ଟ ୩୧ ରେ ହେବ ନୂଆଁଖାଇ ଭେଟଘାଟ ଚୂୁଡାନ୍ତ ପ୍ରସ୍ତୁତି ବୈଠକ…

ବରଗଡ଼୨୪/୦୮(ନବୀନ କୁମାର ଦାଶ):ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ସତ୍ୟ ପଣ୍ଡା ଙ୍କ ଆବାହକତ୍ବରେ ଓ ନିର୍ମଳ କିଶୋର କର ଙ୍କ ସଂଯୋଜନା ରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ନୂଆଖାଇ ଭେଟଘାଟ ର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟା ଳୟରେ ସପରିବାର ଯୋଗ ଦେବାକୁ ସମସ୍ତେ ରାଜି ହୋଇ ଥିଲେ।ଉକ୍ତ ଦିନ ମହିଳା ମାନେ ସମ୍ବଲପୁରୀ ଶାଢ଼ୀ ଓ ପୁରୁଷ ମାନେ ସମ୍ବଲପୁରୀ ସାର୍ଟ ପରିଧାନ କରି ଆସିବାକୁ ପ୍ରସ୍ତାବ ଦିଆଯାଇଥିଲା।ଆସନ୍ତା ଅଗଷ୍ଟ ୨୮ ତାରିଖ ଋଷି ପଞ୍ଚମୀ – ଗୁରୁବାର ଦିନ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପର୍ବ ପାଳନ କରାଯାଉଥିବା ବେଳେ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ଦେଚ ର ନୂଆଖାଇ ଭେଟଘାଟ କାର୍ଯ୍ୟ କ୍ରମ ଆସନ୍ତା ୩୧ ଅଗଷ୍ଟ ରେ ପାଳନ କରାଯିବ ବୋଲି ଚୂଡାନ୍ତ ପ୍ରସ୍ତୁତି ବୈଠକ ରେ ସଦସ୍ୟ ମାନେ ମତପ୍ରକାଶ କରିଥିଲେ।

ଗୋବିନ୍ଦ ଦାଶ ଏହି ଭେଟ୍‌ଘାଟ୍ କାର୍ଯ୍ୟକ୍ରମ କୁ ଆଡମ୍ବର ସହ ବରିଷ୍ଠ ନାଗରିକ ସଂଘ ପ୍ରାଙ୍ଗଣ ରେ ପାଳନ କରିବାପାଇଁ ପ୍ରସ୍ତାବ କୁ ସମସ୍ତେ ସ୍ଵାଗତ କରିଥିଲେ।ଆଜିର ଏହି ବୈଠକରେ ସର୍ବଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା,ତୁଳସୀ ଚରଣ ଦାଶ,ସୁଧାଂଶୁ ଶତପଥୀ,ପ୍ରସନ୍ନ ସାମଲ୍,ବାସୁଦେବ ପ୍ରଧାନ, ଅଶୋକ ପ୍ରଧାନ,ଅଭୟ ଭୋଇ, କୁନୁ ବଢେଇ,ସୁରେନ୍ଦ୍ର କୁମାର ଦାଶ,ଲଳିତ ବିଶୀ ଆଦି ଯୋଗ ଦେଇ ନିଜ ନିଜ ମତାମତ ପ୍ରତି ପାଦନ କରିଥିଲେ।ପରିଶେଷରେ ବାଳମୁକୁନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଗଣପର୍ବ ନୂଆଁଖାଇରେ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା...

Thu Aug 28 , 2025
ବରଗଡ଼୨୮/୦୮(ନବୀନ କୁମାର ଦାଶ):ଯେହେତୁ ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ ତେଣୁ ଆମ ରାଜ୍ୟ ଓଡ଼ିଶାର ମଧ୍ୟ ଶତକଡା ୯୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ମୂଖ୍ୟ ଜୀବିକା ଏହି କୃଷି ଅଟେ।ଏଠାରେ କୃଷିଜାତ ଅନ୍ନକୁ ମାଁ ଲକ୍ଷ୍ମୀ,ଅନ୍ନପୂର୍ଣ୍ଣା ଙ୍କ ଅବତାର ଭାବେ ମାନ୍ୟତା ଦିଆଯାଏ ଏବଂ ଏହି ଅନ୍ନକୁ ପୂଜା କରି ପ୍ରଥମେ ଇଷ୍ଟଦେବା ଦେବୀଙ୍କୁ ଅର୍ପଣ କରି ତାପରେ […]

You May Like

Pin It on Pinterest