
ବରଗଡ଼୨୯/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସିଲେଟ ରେ ବେନିୟମ ଭାବେ ଘୁଦୁଘୁଡୁ ପଟି ଖେଳ ଚାଲିଥିବା ବେଳେ ପୋଲିସ ର ଅବହେଳା ତଥା ଅପାରଗତା ସାମ୍ନାକୁ ଆସିଛି।
ବରଗଡ଼ ଏବେ ଚୋର,ଡକାୟତ ତଥା ନିଶାର ଗଡ ଭାବେ ବେଶ୍ ପରିଚିତ ଥିବା ବେଳେ ନିଇତି ନିଶାଡି ମାନଙ୍କ ଦ୍ଵାରା ଛୋଟ ମୋଟ ଘଟଣା ଦୁର୍ଘଟଣା ର ଲୋକେ ଶିକାର ହୋଇ ଖାସ କରି ଯୁବପୀଢ଼ି ଲାଳାୟିତ ହୋଇ ସର୍ବସ୍ବାନ୍ତ ହୋଇ ସାରିଲେଣି।ଏବେ ପୁଣି ଜାନି ଯାତ୍ରା,ପର୍ବ ପର୍ବାଣୀ ରେ କିଛି ଅସାଧୁ ସରକାରୀ ବାବୁ ମାନଙ୍କ ସହ ସଲସୁରୁରା କରି ଘୁଡୁଘୁଡୁ ପଟି ତଥା ଜୁଆ ଖେଳ ବେନିୟମ ଭାବରେ କରି ଲୋକଙ୍କୁ ଶୋଷଣ କରିବା ସହ ଯୁବପିଢି ଖେଳରେ ମଜ୍ଜି ଯାଉଛନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ କିଭଳି ଭାବେ ଓ କାହା ସ୍ୱାର୍ଥରେ ଅଞ୍ଚଳରେ ଛୋଟ ରୁ ବଡ ଦକ୍ଷଶୀଲ୍ ଅଧିକାରୀ ମାନଙ୍କ ଆଢ଼ୁଆଳରେ ଜୁଆ ଖେଳ କୁ କିଏ ?
କିଭଳି ଭାବେ ପ୍ରଶ୍ରୟ ଦିଆଯାଉଛି ବୋଲି ସାଧାରଣ ରେ ବେଶ୍ ଚର୍ଚା ବିଷୟ ହୋଇଛି।ଏନେଇ ତୁରନ୍ତ ବିଭାଗୀୟ ପୋଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଲୋକଙ୍କ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।