ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର ….

ବରଗଡ଼୦୧/୦୮(ନବୀନ କୁମାର ଦାଶ):ଡ୍ରାଇଭର ଦିବସ ତଥା କୃଷି ଭିତ୍ତିକ ମହାନ୍ ଗଣ ପର୍ବ ନୂଆଁ ଖାଇ ଅବସର ରେ ବରଗଡ଼ ଜିଲ୍ଲା ସୋହେଲା ନିୟନ୍ତ୍ରିତ ବଜାର ଠାରେ ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିର ରେ ଇରାଶିସ ଆଚାର୍ଯ୍ୟ ଭଟଲି ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।ଡ୍ରାଇଭର ଦିବସ ଅବସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିର କୁ ଓଡିଶା ଡ୍ରାଇଭର ମହାସଂଘ ର ଜିଲ୍ଲା ସଭାପତି ନିଳାମ୍ବର ସା,ଉପ ସଭାପତି ସୁରୁ ବରିହା, ସଂପାଦକ ସୁଦାମ ରଥ,ସହ ସଂପାଦକ ବୁଲୁ ବଗର୍ତ୍ତି,କୋଷା ଧ୍ୟକ୍ଷ ସୁମନ୍ତ ମେଣ୍ଡୁଲି,ଉପଦେଷ୍ଟା ଆଶାରାମ ଖମାରୀ,ସୋହେଲା ବ୍ଲକ୍ ସଭାପତି ସୁଶାନ୍ତ ଦେବଗୁରୁ ଉପସଭାପତି କଳ୍ପବଟ ପଢ଼ି ସଂପାଦକ ଉପେନ୍ଦ୍ର ପାଣିଗ୍ରାହୀ କୋଷାଧ୍ୟକ୍ଷ ସୁମନ୍ତ ବରିହା ଶିଶିର କଲେତ ୧୨ ବ୍ଲକ୍ ର ବ୍ଲକ କମିଟି ସହିତ ସଦସ୍ୟ ଭାଇ ମାନେ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁ ପରିଚାଳନା କରିଥିଲେ।

ପରିଶେଷ ରେ ରକ୍ତଦାନ ଶିବିର ଆୟୋଜନ ପାଇଁ ଡ୍ରାଇଭର ମହାସଂଘ ର କର୍ମକର୍ତ୍ତା ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଅର୍ପଣ କରାଯାଇ ଥିଲା।

ସେୟାର କରନ୍ତୁ

Next Post

ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Tue Sep 2 , 2025
ବରଗଡ଼୦୨/୦୯(ନବୀନ କୁମାର ଦାଶ):ଜନଜାତି ବ୍ୟାପାର ମନ୍ତ୍ରଣାଳୟ ତଥା ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ତୃଣମୂଳ ସ୍ତରୀୟ ଜନଜାତି ନେତୃତ୍ୱ କାର୍ଯ୍ୟକ୍ରମ ଆଦି କର୍ମ ଯୋଗୀ ଅଭିଯାନର ଜିଲ୍ଲା ସ୍ତରୀୟ ଅବଲୋକନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସେବା (ସେବା),ସଂକଳ୍ପ (ସମାଧାନ) ଏବଂ ସମର୍ପଣ (ଉତ୍ସର୍ଗ) ଉପରେ ଗୁରୁତ୍ୱାରୋପ କରେ, ଯାହା “ସବକା ସାଥ, ସବକା ବିକାଶ, […]

You May Like

Pin It on Pinterest