
ବ୍ରହ୍ମପୁର୦୩.୦୯.୨୫: ଉତ୍କଳରେ ଯେତେ ଥର ମୋଗଲ ଗୋଳ ହୋଇଛି, ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ତତ୍କାଳୀନ ଗଜପତି ମହାରାଜା ଗଣ ନିଜର ଶକ୍ତି ସାମର୍ଥ ପ୍ରଦର୍ଶନ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁରକ୍ଷିତ ରଖିଛନ୍ତି।
ରାଜା ରାମଚନ୍ଦ୍ର ଦେଓ କିଭଳି ତକିଖାଁ କବଳରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚିଲିକାର ଗୁରୁବାଇ ଦୀପକୁ ଆଣି ପୁଣି ଠାକୁର ମାନଙ୍କୁ ରତ୍ନ ସିଂହାସନରେ ଅବସ୍ଥାନ କରାଇଥିଲେ ଓ ଗୁମଟରେ ବଡ଼ ଠାକୁରଙ୍କୁ ବିଜେ କରାଇ ସର୍ବଧର୍ମର ସମନ୍ନୟ ରକ୍ଷା କରିଥିଲେ ସେହି କାହାଣୀକୁ ବ୍ରହ୍ମପୁର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନର ଯୁବ କଳାକାରଗଣଙ୍କ ଦ୍ୱାରା ପ୍ରଦର୍ଶିତ ହୋଇ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି।

ମେଜର ରମା ରମଣ ପାଢ଼ୀ ଙ୍କ ଦ୍ଵାରା ଲିଖିତ ଏହି “ନୀଳାଦ୍ରି ବିହାରୀ” ଐତିହାସିକ ନାଟକଟିକୁ ବରିଷ୍ଠ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ବଳିଷ୍ଠ ନିର୍ଦ୍ଦେଶନାକୁ ଦର୍ଶକ ଓ ସ୍ଥାନୀୟ ଗବେଷକଗଣ ଉଚ୍ଚ ପ୍ରଶଂସା କରିଥିଲେ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗ କ୍ରମେ ଜଗନ୍ନାଥାୟନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅଗ୍ରଣୀ ନାଟ୍ୟ ସଂସ୍ଥା ଶାଶ୍ବତୀର ସଭାପତି ରାମ ଚନ୍ଦ୍ର ଶାସମଲ ଓ ସଂପାଦକ ସୁନିଲ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ପ୍ରଦର୍ଶିତ ନାଟକର ବିଭିନ୍ନ ଭୂମିକାରେ ଶେଖର, ପ୍ରଶାନ୍ତ,ପ୍ରସାଦ, ସନ୍ଦୀପ, ବିନାୟକ, ଜଗନ୍ନାଥ, ରୋହିତ, ମନୋଜ, ରାଜେଶ, ଜିତୁ,ସରୋଜ, ଅରୁଣ, ସନ୍ଦୀପ ପାତ୍ର, ଆରତୀ ଓ ସାଗରିକା ପ୍ରମୂଖ କଳାକାର ଗଣ ଅଭିନୟ କରିଥିବା ବେଳେ କାହ୍ନୁ ମହାପାତ୍ର, ଅରୁଣ କୁମାର ସଂଗୀତ ଓ ବାଦ୍ୟଯନ୍ତ୍ରରେ ସଜାଇଥିଲେ।
ଶାଶ୍ବତୀ ଅନୁଷ୍ଠାର ସମସ୍ତ ସଭ୍ୟ ସଭ୍ୟା କୈଳାସ ପାଣିଗ୍ରାହି, ପ୍ରଦୀପ ପଣ୍ଡା, ଆରତୀ, ବିଜୟଲକ୍ଷ୍ମୀ ସହଯୋଗ କରିଥିଲେ।