
ବରଗଡ଼/ଭଟଲି୦୫/୦୯(ନବୀନ କୁମାର ଦାଶ): ଭଟଲି ନିକଟସ୍ଥ ରାୟଶୋଭା ସେବାଶ୍ରମ ଓ ରାୟଶୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ୨୦୨୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ପଟେଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ ବରଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ ସଂଘମିତ୍ରା ପଟେଲ ଯୋଗଦେଇ ସମାଜରେ ଗୁରୁ ମାନଙ୍କ ମହତ୍ବ କୁ ପ୍ରତି ପାଦନ କରିଥିଲେ।ସେବାଶ୍ରମ ର ପ୍ରଧାନ ସେବିକା ଡକ୍ଟର ରାଧା କ୍ରିଷ୍ଣନ୍ ଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ।ହରି ପ୍ରିୟା ନାଏକ ତଥା ବାଳ ଗୋପାଳ ଭୋଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ପରି ଶେଷରେ ଅରୁନ୍ଧତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।