
ଭୁବନେଶ୍ବର(ନି.ପ୍ର):ଓଡ଼ିଶାର ପରମ୍ପରାକୁ ଭୁଲି ବର୍ତ୍ତମାନର ଯୁବପିଢୀ ବିଦେଶୀ ସଂସ୍କୃତିକୁ ଆପଣେଇ ନେଉଥିବା ବେଳେ, ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ (ଓକା)ର ମିଳିତ ଆନୁକୁଲ୍ୟରେ ଓଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ସମ୍ମାନା ଯଣାଇ, ଭୁବନେଶ୍ବର ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ଓ ସ୍ଵର ମହ୍ଳାର କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅଧିକାରୀ ଡ଼କ୍ଟର ତ୍ରିଲୋଚନ ବରାଳ ଉଦଘାଟନ କରିଥିବାବେଳେ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ତଥା ଓକାର ପରାମର୍ଶ ଦାତା ଶ୍ରୀ ଶଶଧର ପଣ୍ଡା,ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ,ପ୍ରଯୋଜକ ଓ ଅଭିନେତା ଶ୍ରୀ ଶ୍ରୀକାନ୍ତ ଗୌତମ, ସମ୍ମାନୀତ ଅତିଥି ଭାବେ ଓଡିଶୀ ରିସର୍ଚ୍ଚ ସେଣ୍ଟରର ଓଡିଶୀ ସଙ୍ଗୀତ ଗୁରୁ ସୁଶ୍ରୀ ବୀଣାପାଣି ନାୟକ ଓ ଗୁରୁଶ୍ରୀ କେଶବ ଚନ୍ଦ୍ର ରାଉତ,ଫିଲ୍ମ ଅଭିନେତା ଶ୍ରୀ ଅଭିନବ ସିଂହ ଓ ଲୋକପ୍ରିୟ ଅଭିନେତ୍ରୀ ମାମା ବିଶ୍ବାଳ, ଭାଗବତ ଟୁଙ୍ଗୀ ପ୍ରଚାର ସମିତି ଓଡ଼ିଶାର ସଭାପତି ଶ୍ରୀ ନଙ୍ଗୁଳି ବାବା, ଶିକ୍ଷାବିତ୍ ତଥା ଓକା ର ପରାମର୍ଶ ଦାତା ଶ୍ରୀ ନବ କିଶୋର ଦାସ ପ୍ରମୁଖ ଯୋଗଦେଇ ଥିଲେ ।
ଏହି କାର୍ଯ୍ଯକ୍ରମର ଆୟୋଜକ ତଥା ସମ୍ପାଦକ ଓ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଦାସ ପ୍ରାରମ୍ଭରେ ଗୁରୁ ପୂଜନ ଉତ୍ସବର ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ବିଶିଷ୍ଟ ସମାଜସେବୀ ପୂଣ୍ୟଶ୍ଲୋକ ମହାନ୍ତିଙ୍କୁ ଓଡିଶା ଗୌରବ ସମ୍ମାନରେ ସମ୍ମାନିତ କରାଯିବା ସହ,ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକ, ଅଧ୍ୟାପକ, ଗୁରୁ, କଳାକାର, ସମାଜସେବୀ ମାନଙ୍କୁ ଗୁରୁଶ୍ରୀ ସମ୍ମାନ,ଓଡ଼ିଶା ଗୌରବ ସମ୍ମାନ,ଶିଶୁ ଓ ଯୁବ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରାରମ୍ଭରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଓଡିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବା ସହ,ସ୍ବାଗତ ସଙ୍ଗୀତ ସ୍ମୃତି ଆଚାର୍ଯ୍ୟ ଗାନ କରିଥିଲେ।ଉପସ୍ଥାପକ ଭାବେ ଅଭିନେତା ପ୍ରଦୀପ ବିହାରୀ ଓ ନୃତ୍ୟ ଗୁରୁ ମୋନାଲିସା ଷଡ଼ଙ୍ଗୀ ଦାୟିତ୍ବ ତୁଲାଇଥିବାବେଳେ, ପରିଚାଳନାରେ ଅଭିନେତା ନିରାକାର ମହାରଣା,ଅକ୍ଷୟ କୁମାର ସାମଲ, ସୁଶାନ୍ତ କୁମାର ପରିଡ଼ା,ମୋନାଲିସା ମୁଦୁଲି,ଉର୍ମିଳା ମିଶ୍ର, ସୁଭାସିନୀ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର କୋଣ ଅନୁକୋଣ ରୁ ଆସିଥିବା କଳାକାର, ଶିକ୍ଷକ,ଗୁରୁ ଓ କଳାପ୍ରେମୀ ଉପସ୍ଥିତ ରହି ଭୁରି ଭୁରି ପ୍ରଶଂସା କରିଥିଲେ।