
ଭୁବନେଶ୍ୱର(ନି.ପ୍ର)୦୬/୦୯:ଦିବଂଗତ କବି ପ୍ରହରାଜ ସତ୍ୟ ନାରାୟଣ ନନ୍ଦଙ୍କ ସାରସ୍ୱତ ଅବଦାନ ବିପୁଳ କିନ୍ତୁ ବିଶେଷ ଭାବରେ ଅନାଲୋଚିତ।ସମକାଳ ଲେଖକମାନେ ପୂର୍ବସୂରୀମାନଙ୍କ ରଚନା ନେଇ ଅଧିକ ଆବଶ୍ୟକତା ରହିଛି ବୋଲି ପ୍ରସିଦ୍ଧ କବି ଫନୀ ମହାନ୍ତି ପ୍ରକାଶ କରିଛନ୍ତି ।
ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ଅନୁଷ୍ଠିତ “ପ୍ରଣମ୍ୟ ପ୍ରହରାଜ ” କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମର୍ମରେ ମତ ଦେଇଛନ୍ତି।ବର୍ଷା ପବ୍ଲିକେସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଅଧ୍ୟାପିକା ବିଜୟଲକ୍ଷ୍ମୀ ଦାଶ ଓ ବିଶିଷ୍ଟ କବି ତଥା ସ୍ତମ୍ଭକାର କେଦାର ମିଶ୍ର ଯଥାକ୍ରମେ ମୁଖ୍ୟ ବକ୍ତା ତଥା ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ପ୍ରହାରାଜଙ୍କ ସାହିତ୍ୟକୃତିର ସଦୃଷ୍ଟାନ୍ତ ଆଲୋଚନା କରିଥିଲେ।ପ୍ରହରାଜଙ୍କ ସାନଭାଇ ପ୍ରହରାଜ ଜୟନାରାୟଣ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଉପକ୍ରମ ବକ୍ତବ୍ୟଉପସ୍ଥାପନ କରିଥିଲେ।
ଅତିଥିମାନେ ପ୍ରହାରାଜଙ୍କ ରଚିତ ଦୁଇଟି ବହି “ଗୀତଗୋବିନ୍ଦ ଭାବା- ନୁବାଦ” ଓ”ପେଟାଲସ ଅଫ ଲଭ”ପାଠକାର୍ପିତ କରିଥିଲେ ।ବର୍ଷା ପବ୍ଲିକେସନର ନିର୍ଦେଶକ ବାଦଲ ମହାନ୍ତି ପ୍ରକାଶକୀୟ ଅଭିବ୍ୟକ୍ତି ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ଗବେଷକ-ସ୍ତମ୍ଭକାର ଅସିତ ମହାନ୍ତିଙ୍କ ସମେତ ବହୁ ସାହିତ୍ୟିକ, ସଂସ୍କୃତିପ୍ରେମୀ ଓ ପ୍ରହରାଜ ପରିବାରର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।