ସର୍ବଶ୍ରେଷ୍ଠ ବି.ଇ.ଓ ପୁରସ୍କାର ରେ ସମ୍ମାନିତ ହେଲେ ତପିମଣିଜାନି….

କଳାହାଣ୍ତି(ନି.ପ୍ର):ଏ ବର୍ଷ ଗୁରୁ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସଭା ଭବନ କନଭେନସନ୍ ସେଣ୍ଟର୍ ଠାରେ ଶୁକ୍ରବାର ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ,ପଢ଼ ଓଡ଼ିଶା ଓ ଗଢ଼ ଓଡ଼ିଶା କାର୍ଯ୍ୟ କ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶ୍ରେଷ୍ଠ ଶିକ୍ଷକ ଶ୍ରେଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ କହିଛନ୍ତି ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ବି.ଇ.ଓ ତପିମଣୀ ଜାନି ଙ୍କୁ ସର୍ବଶ୍ରେଷ୍ଠ ବି.ଇ.ଓ ଭାବେ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ କରାଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉପସ୍ଥିତି ରେ ତାଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରାଯାଇଅଛି ଶ୍ରୀ ଜାନି କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ର ସଙ୍କଟ ମୋଚନ ଅଧିକାରୀ ଭାବେ ତାଙ୍କ ନାମ ଜିଲ୍ଲା ରେ ବେଶ ଚର୍ଚ୍ଚାରେ ରହିଛି ।

କାରଣ କଳାହାଣ୍ଡି ଜିଲ୍ଲାରେ ଯେତେବେଳେ ଶିକ୍ଷା ବିଭାଗ ର ବିଭିନ୍ନ ସମସ୍ୟା ଉପୂଜେ ଜିଲ୍ଲା ଶିକ୍ଷା ଅଧିକାରୀ ବି.ଇ.ଓ ତପିମଣୀ ଜାନି ଙ୍କୁ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ କମିଟି ଦ୍ଵାରା ତାଙ୍କୁ ନିଯୁକ୍ତି ଦିଆଯାଉ ଥିବା ଦେଖିବାକୁ ମିଳୁଛି ଏଭଳି ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷା ବର୍ଷରେ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ତପିମଣୀ ଜାନି ଲଗାତାର ଦୁଇ ଦୁଇ ଥର ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ ହୋଇଥିବାରୁ କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ କୁ ଦ୍ଵିଗୁଣିତ କରିଦେଇଛି ଏହି ସଫଳତା ପାଇଁ ଶ୍ରୀ ଜାନି ଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସେୟାର କରନ୍ତୁ

Next Post

ଅଟଳ ଫେଷ୍ଟ ମହିଳା ସମାବେଶ ଦ୍ୱତୀୟ ଦିବସ...

Sat Sep 6 , 2025
କଟକ(ସଂଜୟ ଶତପଥୀ):ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ଅନନ୍ୟ କାର୍ଯ୍ୟକ୍ରମ “ ଅଟଳ ଫେଷ୍ଟ୍ ଓ ଅଟଳ ଓଡିଶା ଆଇକନ୍ ଆଓ୍ବାର୍ଡ-୨୫”,କଟକରେ ତିନି ଦିନ ଧରି ଚାଲିବାକୁ ଥିବାବେଳେ, ଆଜି ଦ୍ୱତୀୟ ଦିବସରେ ମୁଖ୍ୟଅତିଥି ଭାବେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର,ରାଜ୍ୟ ମହିଳା କମିଶନର ଚେୟାରପରସନ ଶୋଭନା ମହାନ୍ତି ଏବଂ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ର ଚେୟାରପରସନ ବବିତା ପାତ୍ର ଯୋଗଦେଇ ଆଶାଦିଦି ମାନଙ୍କୁ […]

You May Like

Pin It on Pinterest