ଆଜି ରାତିରେ ଚନ୍ଦ୍ରଗ୍ରହଣ ରାତି ୯ଟା ୫୮ରେ ଆରମ୍ଭ ଆକାଶରେ ସଂଘଠିତ ହେବ ମହାଜାଗତିକ ଦୃଶ୍ୟ…

ଭୁବନେଶ୍ୱର(ନି.ପ୍ର): ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ।ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛିଏହି ଚନ୍ଦ୍ରଗ୍ରହଣ।ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହେଉଛି।ତେଣୁ କେତେବେଳେ କଣ କରିବେ, ଖାଇବାକୁ ନେଇ କଣ କହୁଛନ୍ତି ଜ୍ୟୋର୍ତିବିଦ ନବକିଶୋର ମିଶ୍ର ଯାଣନ୍ତୁ।

ରବିବାର ରାତିର ଆକାଶରେ ସଂଘଠିତ ହେବ ମହାଜାଗତିକ ଦୃଶ୍ୟ ।ସେପ୍ଟେମ୍ୱର ୭ ତାରିଖ ଆଜି ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ।ରାତି ୯ଟା ୫୮ ମିନିଟରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୮ ମିନିଟରେ ଗ୍ରହଣ ଶେଷ ହେବ।ପ୍ରାୟ ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ।ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦିଆଯାଏ।ଗଣନା କରି ଜ୍ୟୋତିଷ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି ।

ଆଜି ସେପ୍ଟେମ୍ବର ୭ ତାରିଖ ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ କରିବାକୁ କହିଛନ୍ତି।ଆଜିଠାରୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସଂପନ୍ନ କରିବାକୁ ପରାମର୍ଶ ଦିଆଯାଇଛି।ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି।ଅନ୍ୟପଟେ ବିଜ୍ଞାନ ଯୁଗରେ ଖାଇବା ମନାକୁ ଅନ୍ଧବିଶ୍ୱାସ କହି ସମାଲୋଚନା କରିଛନ୍ତି ହେତୁବାଦୀ ।

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଛତିଶା ନିଯୋଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଦିନ ୧୨ଟା ୫୭ରୁ ପାକ ତ୍ୟାଗ,ଦେବ ନୀତି ନିଷେଧ।ଗ୍ରହଣ ସ୍ପର୍ଶ ରାତି ୯ଟା ୫୭,ସର୍ବମୋକ୍ଷ ରାତି ୧ଟା ୨୭।ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୨ଟାରେ ଦ୍ୱାରଫିଟା ନୀତି ହେବ ।

ରବିବାର ରାତିରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳ ରେଖାରେ ଆସୁଥିବାରୁ ଚନ୍ଦ୍ରଗ୍ରହଣ ପଡୁଛି ।ଏହା ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦୃଶ୍ୟମାନ।ରବିବାର ରାତିର ୯ଟା ୫୮ ମିନିଟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଓ ଏଥର ଆକାଶରେ ବ୍ଲଡମୁନ୍‌ ଦେଖାଯିବ।ଏହି ମହାଜାଗତିକ ଦୃଶ୍ୟକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିଲେ ବି ଲୋକଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଛି ।

ସେୟାର କରନ୍ତୁ

Next Post

ମା' ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ....

Sun Sep 7 , 2025
ସଂଜୟ ଶତପଥୀ(କଟକ): ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ। ଏବେ ହୀରାକୁଦ ଜଳଭଣ୍ଡାରରେ ୧୨ଟି ସ୍ଲୁଇସ୍ ଗେଟ ଦେଇ ମହାନଦୀରେ ପ୍ରବେଶ କରୁଛି ଜଳ। ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ସ୍ଥାନାନ୍ତର କରାଯିବ। ଗତକାଲି ଠାରୁ ବନ୍ୟାଜଳ ବଢିବାରେ ଲାଗିଛି […]

You May Like

Pin It on Pinterest