ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋରାନା ପଜିଟିଭ : ୫୨

ବାସ୍ତବ ବ୍ୟୁରୋ- ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗଂଜାମ ଜିଲ୍ଲାରୁ ଆଜି ସନ୍ଧ୍ୟାରେ ପୁଣି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୨୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଥାଉକି, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୨ ହଜାର ୯୭୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ତେବେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା ୨୭୧ ଛୁଇଁଲା । ହେଲେ ଆଜି ଗୋଟିଏ ଦିନରେ ରାଜ୍ୟରେ ଦ୍ରୁତଗତିରେ ୫୨କୋରାନା ପଜିଟିଭ ସନ୍ଧ୍ୟା ସୁଦ୍ଧା ଚିହ୍ନଟ ହୋଇଥିବାରୁ ରାଜ୍ୟସରକାରଙ୍କ ଚିନ୍ତା ବଢ଼ାଇଦେଇଛି ।

ଗଂଜାମ ଜିଲ୍ଲାରେ ଆଜି ସକାଳୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ଆଜି ମୋଟ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ୨ ପଜିଟିଭ୍ ମଧ୍ୟ ସୁରତରୁ ଫେରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat May 9 , 2020
୧-ଆଜି ସକାଳୁ ନୂଆ ୧୭ କୋରୋନା ପଜିଟିଭ୍, ଗଞ୍ଜାମ ଜିଲ୍ଲାରୁ ୧୨, ଭଦ୍ରକ ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୧ ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଚିହ୍ନଟ ହୋଇଛନ୍ତି। ୨-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍‌ ସିଗନାଲ୍‌। ଆଜି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ। ୩-ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍‌ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ରେ ଇ-ପାସ୍‌ ପ୍ରଦାନ କରାଯିବ। ୪-ପାଣିପାଗ: […]

You May Like

Pin It on Pinterest