ସିବିଏସ୍ଇର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧-୧୫

ବାସ୍ତବ ବ୍ୟୁରୋ- ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଚାରାଧୀନ ସିବିଏସ୍ଇ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ମଧ୍ୟରେ ଅନୁଷ୍ଠିତ ହେବ । ଏ ନେଇ ଖୁବ୍ ଶୀଘ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ଦ୍ୱାରା ଏକ ବିସ୍ତୃତ କାର୍ଯ୍ୟସୂଚୀ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି କହିଛନ୍ତି ଯେ, ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ତାରିଖକୁ ବହୁ ଦିନ ଧରି ଅପେକ୍ଷା କରାଯାଇଥିଲା, ଆଜି ଏହି ପରୀକ୍ଷାଗୁଡ଼ିକ ତାରିଖ ୧.୦୭.୨୦୨୦ରୁ ୧୫.୦୭.୨୦୨୦ ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି । ଏହି ପରୀକ୍ଷାରେ ଭାଗ ନେବାକୁ ଥିବା ସମସ୍ତ ଛାତ୍ର-ଛାତ୍ରୀମାନଙ୍କୁ ମୁଁ ମୋର ଶୁଭେଚ୍ଛା ଜଣାଉଛି ।

କରୋନାଭାଇରସ୍ ଲକ୍ଡାଉନ୍ ହେତୁ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପରୀକ୍ଷା ବିଳମ୍ବ ହୋଇଛି । କରୋନାଭାଇରସ୍ ଲକ୍ଡାଉନ୍ ପରେ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ତାରିଖ ମଧ୍ୟ ପୁନଃ ସ୍ଥିର କରାଯାଇଛି। ଆଇଆଇଟି ଜେଇଇ ଏବଂ ଏନଇଇଟି ପରୀକ୍ଷା ଜୁଲାଇ ୧୮-୨୬ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋରାନା ପଜିଟିଭ : ୫୨

Fri May 8 , 2020
ବାସ୍ତବ ବ୍ୟୁରୋ- ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି କି ଗଂଜାମ ଜିଲ୍ଲାରୁ ଆଜି ସନ୍ଧ୍ୟାରେ ପୁଣି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରୁ ମଧ୍ୟ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୨୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନାଥାଉକି, […]

You May Like

Pin It on Pinterest