
ବରଗଡ଼୧୧/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗ ପାଲି ଗ୍ରାମର ମୁଖ୍ୟ ରାସ୍ତା ଏବେ ଖାଲ ଖମା ରେ ଭର୍ତ୍ତି,ଏ ରାସ୍ତା ନାଗପାଲି ଗ୍ରାମରୁ ବାହାରି ପପଙ୍ଗା କେନାଲ ବ୍ରିଜ ପର୍ଯ୍ୟନ୍ତ ଯାଇଛି।
ଏ ରାସ୍ତା ଉପରେ ମୁଖ୍ୟତଃ ନଗପାଲି,ମହୁଲପାଲି ଓ ଟିକ୍ରାପଡ଼ା ନିର୍ଭର କରନ୍ତି,ଏ ରାସ୍ତା ଦେଇ ପ୍ରତିଦିନ ସ୍କୁଲ/ ଅଙ୍ଗନୱାଡ଼ି ଛୁଆ,ଗ୍ରାମର ଲୋକମାନେ ଯିବା ଆସିବା କରନ୍ତି ଓ ପାଖ ପଡୋଶୀ ଗ୍ରାମ ଗୁରଖାପାଲି,ଖାଲଖଲି ଟିକ୍ରା ରୁ ପ୍ରତିଦିନ ରେମଣ୍ଡା ହାଇସ୍କୁଲ ଓ କଲେଜ ଯିବା ଆସିବା କରନ୍ତି, ନାଗପାଲି ର ଲୋକ ସଂଖ୍ୟା ୬୩୦ ଓ ମହୁଲପାଲି ୪୭୮ ଓ ଟିକ୍ରାପଡ଼ା ର ଲୋକ ସଂଖ୍ୟା ୪୨୧ ହେବେ,ଏ ବିଷୟରେ ୨୦୨୧ ରୁ ଆଜି ପର୍ଯ୍ୟନ୍ତ ୫/୬ ଥର ଜନଶୁଣାଣୀ ପୋର୍ଟାଲ ରେ ଅଭିଯୋଗ ମଧ୍ୟ କରାଗଲାଣି ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି ହୋଇନାହିଁ।
ଯଦ୍ୱାରା ଲୋକ ତଥା ଛାତ୍ରଛାତ୍ରୀ ଯିବା ଆସିବାରେ ସୁରକ୍ଷିତ ମଣୁ ନାହାନ୍ତି।ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଲୋକଙ୍କ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା କୁ ସାଧାରଣ ରେ ଦାବୀ ହେଉଛି।



