ମରଣଯନ୍ତା ପାଲଟିଛି ଡଭା ଜଗଦଲପୁର ରାସ୍ତା…

ବରଗଡ଼/ଝାରବନ୍ଧ୧୧/୦୯(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଜଗଦଲପୁର ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ମରଣଯନ୍ତା ରେ ପରିଣତ ହୋଇଛି।ଏହି ରାସ୍ତାରେ ନିଇତି ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ସହ ଲୋକ,ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବାଆସିବା କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେବଳ ସେତିକି ନୁହେଁ ଡଭା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ରାଜସ୍ୱ କାର୍ଯ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପ୍ୟାକ୍ସ,ବ୍ୟାଙ୍କ ତଥା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଆସି ହିନସ୍ଥା ହେବାକୁ ପଡୁଛି।ରେଳ ରେ ଯିବା ପାଇଁ ହେଲେ ନୂଆପଡ଼ା ଜିଲ୍ଲା ର ଖରିଆର ରୋଡ଼ ରେ ଥିବା ରେଳ ଷ୍ଟେସନ ହେଉଛି ଏକମାତ୍ର ଷ୍ଟେସନ,ଏହି ଷ୍ଟେସନ କୁ ଡଭା ଅଞ୍ଚଳ ସହ ଛତିଶଗଡ଼ ର ଲୋକେ ବ୍ୟବହାର କରୁଛନ୍ତି ହେଲେ ଏହି ଖାଲ ଖମା ଯୋଗୁଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୌଣସି ବିଶେଷଜ୍ଞ ଡାକ୍ତର ନଥିବାରୁ ଏବଂ ନୂଆ ପଡା ଜିଲ୍ଲା ପାଖ ପଡ଼ୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା କରିବା ପାଇଁ ମଧ୍ୟ ଏହି ରାସ୍ତା ରେ ଲୋକେ ଯାଉଛନ୍ତି।ଛତିଶଗଡ଼ ର ବସନା ଓ ସରାଇ ପାଳି ହେଉଛି ଓଡ଼ିଶା ଏବଂ ଛତିଶଗଡ଼ ର ବ୍ୟବସାୟୀ କରଣର ସମନ୍ୱୟ ସ୍ଥଳ।

ଏଣୁ ଏହି ସହର କୁ ପ୍ରତ୍ୟହ ଶହ ଶହ ସଂଖ୍ୟା ରେ ଲୋକେ ଯିବା ଆସିବା କରୁଛନ୍ତି।ଏମିତି ବ୍ୟସ୍ତ ବହୁଳ ରେ ରାସ୍ତା ର ଠିକ ଭାବ ରେ ଠିକ ସମୟରେ ମରାମତି କରାଯାଉନଥିବାରୁ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି।ଯଥାଶୀଘ୍ର ଏହି ରାସ୍ତା ର ମରାମତି ସହ ଉନ୍ନତିକରଣ ପାଇଁ ସାଧାରଣ ରେ ଦାବୀ ହେଉଛି।

ସେୟାର କରନ୍ତୁ

Next Post

ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

Sun Sep 14 , 2025
ବାସ୍ତବ ବ୍ୟୁରୋ: ଆସାମ ଏକ ୫.୮ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ଉତ୍ତର-ପୂର୍ବର ଆଉ କିଛି ରାଜ୍ୟ ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଥିଲା ।  ସୂଚନା ଅନୁଯାୟୀ, ଅପରାହ୍ଣ ୪ଟା ୪୧ ମିନିଟ ସମୟରେ ଏହି ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ଆସାମ ବ୍ୟତୀତ ଭୁଟାନ […]

You May Like

Pin It on Pinterest