ଏକ୍ ପେଡ୍ ମା କେ ନାମ୍ ଦିନିକିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ସ୍ବଚ୍ଛ ଉତ୍ସବ….

ବରଗଡ଼୧୭/୦୯(ନବୀନ କୁମାର ଦାଶ):ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମ ଦିବସ ଉପ ଲକ୍ଷେ ସାରା ରାଜ୍ଯରେ ଆୟୋ ଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ରାଜ୍ଯର ସମସ୍ତ ଗ୍ରାମରେ ଲୋକେ ଏହି ଅଭିଯାନରେ ସାମିଲ ହୋଇ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଗଛ ଲଗାଇ ଭବିଷ୍ୟତ ପିଢ଼ି ପାଇଁ ଏକ ସୁନ୍ଦର ପଥିବୀ ଗଢ଼ି ତୋଳିବା ପାଇଁ ଶପଥ ନେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଭଟଲି ବ୍ଲକ ଅନ୍ତର୍ଗତ ପିପଲମୁଣ୍ଡା ଟ୍ରାଞ୍ଜିଟ ନର୍ସରୀ ପରିସରରେ ଜିଲ୍ଲା ପ୍ରଶାସନ ତଥା ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ସିଂଙ୍ଗଲ-ୟୁଜ ପ୍ଲାଷ୍ଟିକ ନିଷେଧ ନିମନ୍ତେ ଆୟୋଜିତ ସ୍ବଚ୍ଛ ଉତ୍ସବରେ ମୁଖ୍ୟ ଅତିଥି ବରଗଡ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀ ଏବଂ ବିଧାୟକ ଭଟଲି ଇରଶିଷ ଆଚାର୍ଯ୍ୟଙ୍କ ସମେତ ପଦ୍ମଶ୍ରୀ ଡ଼ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପଧାନ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଭଟଲି ବ୍ଲକ ଚେୟାରମେନ ନିତ୍ୟାନନ୍ଦ ପ୍ରଧାନ,ସାଂସଦ ପ୍ରତିନିଧି ପ୍ରତାପ ପ୍ରଧାନ ପ୍ରମୁଖ ସମାଜସେବୀ ଗଣ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିବାସହ ଏହି ଜନ ଆନ୍ଦୋଳନ ରେ ସାମିଲ ହୋଇ ନିଜ ମା ପାଇଁ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ଏବଂ ସମସ୍ତେ ପରିବେଶ କୁ ସୁରକ୍ଷା କରି ପ୍ଲାଷ୍ଟିକ ମୁକ୍ତ ପୃଥିବୀ ଗଢିବା ପାଇଁ ସଂକଳ୍ପ ନେବା ସହ ପଲିଥିନ,ପ୍ଲାଷ୍ଟିକ ଆଦି ବ୍ୟବହାର ନ କରିବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ଵାନ ଦେଇଥିଲେ।

ସୂଚନାଯୋଗ୍ୟକି, ବରଗଡ ଜିଲ୍ଲାରେ ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ମାଧ୍ୟମରେ ସାତ ଲକ୍ଷ୍ୟରୁ ଉର୍ଦ୍ଧ ବୃକ୍ଷ ରୋପଣ କରିବା ଯୋଜନା ଥିବା ବେଳେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ଗୋଟିଏ ଦିନରେ ବିଭିନ୍ନ ବିଭାଗ ଦ୍ଵାରା ସମଗ୍ର ଜିଲ୍ଲାରେ ସର୍ବୋମୋଟ ୧,୯୭,୮୦୦ ଗୋଟି ବୃକ୍ଷ ରୋପଣ କରାଯାଇଛି।ଏଥି ମଧ୍ୟରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନେତୃତ୍ବ ରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ତଥା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ସମସ୍ତ ରାଜସ୍ଵ ଗ୍ରାମରେ ୧,୩୭,୦୦୦ ଗୋଟି ବୃକ୍ଷ ରୋପଣ କରାଯାଇ ଥିବାବେଳେ,ଉଦ୍ୟାନ କୃଷି ବିଭାଗ ଦ୍ଵାରା ୪୪,୮୦୦ ଗୋଟି, ବନ ବିଭାଗ ତରଫରୁ ୫,୦୦୦ ଟି, ୱାଟରସେଡ଼ ବିଭାଗ ଦ୍ଵାରା ୩୦୦୦,ଟି ମିଶନ ଶକ୍ତି ୩୦୦୦ ଗୋଟି ଏବଂ ବ୍ଯାଙ୍କ,ବିଦ୍ୟାଳୟ, ମହାବିଦ୍ୟାଳୟ ଓ ପୋଲିସ ବିଭାଗ ଦ୍ଵାରା ୫୦୦୦ ଗୋଟି ବୃକ୍ଷରୋପଣ କରାଯାଇଛି।

ଏତଦ ବ୍ୟତୀତ ଆଜିଠାରୁ ସମଗ୍ର ରାଜ୍ଯ ରେ ଆରମ୍ଭ ହୋଇଥିବା ସ୍ଵଚ୍ଚତା ହିଁ ସେବା ପକ୍ଷ-୨୦୨୫ ଅଧୀନରେ ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ପଲିଥିନ,ପ୍ଲାଷ୍ଟିକ ଆଦି ବ୍ୟବହାର ନ କରିବା ସହ ପ୍ଲାଷ୍ଟିକ ମୁକ୍ତ, ସ୍ବଚ୍ଛ ଓ ସୁସ୍ଥ ବରଗଡ ଗଠନ କରିବା ପାଇଁ ଆଗାମୀ ଅକ୍ଟୋ ବର ୦୨ ତଥା ଗାନ୍ଧୀ ଜୟନ୍ତୀ ପର୍ଯ୍ଯନ୍ତ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବ।

ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ପ୍ରଚେଷ୍ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ରାକେଶ ସାହୁ ଉଦ୍ୟାନ ମିଶନ ଅଧୀନରେ ଆଜି ନିଜର ଏକ ହେକ୍ଟର ଜମିରେ ୧୦୦ ଗୋଟି ଆମ୍ଭ ଗଛ ଲଗାଇବା ଏବଂ ଭଟଲି ବ୍ଲକ ବାଲିଜୁରି ଗ୍ରାମର ଶ୍ରୀ ଭୀଷ୍ମଦେବ ଖମାରି ଜାତୀୟ ତାଳ ତେଲ ମିଶନ ଅଧୀନରେ ନିଜର ୧.୨ ହେକ୍ଟର ଜମିରେ ଓଏଲ ପାମ ବୃକ୍ଷ ରୋପଣ କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା।

ସେୟାର କରନ୍ତୁ

Next Post

କଟକର ପ୍ରସିଦ୍ଧ ଦଶହରା ଭସାଣି ଉତ୍ସବର ପ୍ରସ୍ତୁତି ବୈଠକ ଓ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ୭୫ ଜନ୍ମଜୟନ୍ତୀ ଉତ୍ସବ ପାଳିତ...

Thu Sep 18 , 2025
ସଂଜୟ ଶତପଥୀ(କଟକ):ଓଡ଼ିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡ଼ିଶା ଉତ୍କଳ ବାହିନୀ ପକ୍ଷରୁ କଟକର ମର୍କତ ନଗରସ୍ଥିତ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠାନ ର ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମ ପର୍ଯ୍ୟାୟରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ୭୫ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘ ନିରାମୟ […]

You May Like

Pin It on Pinterest