
ବରଗଡ଼୨୩/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧିନ ରେ ଥିବା ଝିଲିମିଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମ୍ନା ଗେଟ୍ ରେ ତାଲା,ହେଲେ ପଛ ପଟେ ଖୋଲା ମେଳା,ଷାଣ୍ମାସିକ ପରୀକ୍ଷାରୁ ବଞ୍ଚିତ ପିଲା।ସେ ଭିତ୍ତି ଭୂମି କଥା ହେଉକି ଶିକ୍ଷା ବ୍ୟବସ୍ଥା କଥା।
ଚାରିଆଡେ଼ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଏବେ ତାଲା ଝୁଲିବା ଆରମ୍ଭ କରି ପଢୁଆ ପିଲା ରାସ୍ତା କୁ ଓହ୍ଲାଇବା ଶିଖି ଗଲେଣି।ହେଲେ ବିଭାଗୀୟ ଏଠି ବିରାଡ଼ି ବୈଷ୍ଣବ ସାଜି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବାବେଳେ ଦରମା ଖିଆ ଅସାଧୁ ଶିକ୍ଷକ ମାନଙ୍କୁ କେଉଁ ରହସ୍ୟ କୁ ନେଇ ଘଣ୍ଟଘୋଡ଼ାଇ ପିଲାଙ୍କ ଭବିଷ୍ୟତ କୁ ଅନ୍ଧକାର ଭିତରକୁ ଠେଲି ଦିଆ ଯାଉଥିବା ସାଧାରଣ ରେ ବେଶ୍ ଚର୍ଚ୍ଚା ହେଉଛି।ଯାହା ଗୁରୁ ଆଖ୍ୟା ଦିଆଯାଉ ଥିବା ଆଦର୍ଶ ଶିକ୍ଷକ ସମାଜ କୁ କଳୁଷିତ କରିବା ସହ ମାସ ମାସ ଧରି ସ୍କୁଲକୁ ନଆସି ଜଣେ କାର୍ଯ୍ୟରତ ଶିକ୍ଷକ ଶିକ୍ଷାଦାନ ନକରି ଦରମା ମଧ୍ୟ ମାସକୁ ପଡ଼ି ଯାଉଥିବା ଅଭିଭାବକ ମହଲ ରେ ବେଶ୍ ଚର୍ଚ୍ଚା ର ବିଷୟ ହୋଇଛି।
ତେବେ ଏଠି କିଏ ସତ କିଏ ମିଛ ? କାହା କାହାର ହାତ “କାମ ନ କରି ଦରମା ସାଙ୍ଗକୁ ମାସ ମାସ ଧରି ନ ଆସିଲେ ମଧ୍ୟ ଶିକ୍ଷା ବିଭାଗ ଚୁପ୍ ରହୁଥିବା ପଛର ରହସ୍ୟ କେବଳ ସେଇ ଅଧିକାରୀ ମାନଙ୍କୁ ହିଁ ଜଣା ବୋଲି ଲୋକେ କହନ୍ତି।ଯାହା ଆଜି ବିଭାଗୀୟ ଅଧିକାରୀ ମାନଙ୍କ ଅବହେଳା ତଥା କିଛି ଟା ସ୍ବାର୍ଥ ଲାଳସା ରେ ୨୨୦ଜଣ ପିଲା ପରୀକ୍ଷା ରୁ ବଞ୍ଚିତ ରହି ସ୍କୁଲ ରେ ତାଲା ପଡ଼ିବା ସହ ଯେ ପର୍ଯ୍ୟନ୍ତ ଶିକ୍ଷା ବିଭାଗୀୟ ବ୍ଲକ୍, ଜିଲ୍ଲା ଅଧିକାରୀ ନଆସିବେ ଓ ଏହାର ସ୍ଥାୟୀ ସମାଧାନ ନ କରିବେ ସେପର୍ଯ୍ୟନ୍ତ ସ୍କୁଲ ରେ ତାଲା ପଡ଼ିବ ବୋଲି କହିବା ସହ ଦୀର୍ଘ ମାସ ମାସ ଧରି ଶିକ୍ଷକ ଅନୁପସ୍ଥିତ ରହୁଥିବା ଯୋଗୁଁ ଇଂରାଜୀ ବିଷୟ ସଂପୂର୍ଣ୍ଣ ଠପ୍ ହୋଇ ପଢିଥିବା ବେଳେ ପାଠ ପଢ଼ାଇ କୋର୍ସ ସରି ନଥିଲେ କିଭଳି ଭାବେ ପିଲା ପରୀକ୍ଷା ଦେବେ ବୋଲି ଅଭିଭାବକ ତଥା କମିଟି ପକ୍ଷରୁ ଜଣା ପଡ଼ିଛି।
ଏନେଇ ଖବର ପାଇ ଧାରଣା ସ୍ଥଳ କୁ ସିଆର ସିସି ପହଞ୍ଚିଥିବା ବେଳେ ପ୍ରତିକ୍ରିୟା ରେ କିଛି କହି ପାରିବି ନାହିଁ ବୋଲି କହି ଏଡ଼ାଇ ଦେଇଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପ୍ରତିକ୍ରିୟା ସ୍ୱରୂପ ମୁଁ କିଛି କହିବି ନାହିଁ ସାର୍ ଆଜି ଏବେ ଚିଠି ପଠେଇଛନ୍ତି।ଏଇଠୁ ସେଇ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଅନ୍ୟଠୁ ଜଣେ ଶିକ୍ଷକ ଙ୍କୁ ଦେଇଥିବା ବେଳେ ତୁରନ୍ତ ତାକୁ ଜଏନ୍ କରନ୍ତୁ ଓ ମିଡ଼ିଆ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ ନଚେତ୍ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷା ଅଧିକାରୀ କହିଥିବା ମତବ୍ୟକ୍ତ କରିଥିଲେ।
ଏନେଇ ଅତାବିରା ବ୍ଲକ୍ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ହେଁ ଫୋନ୍ ବ୍ୟସ୍ତତା ଭିତରେ ଫୋନ୍ ରିସିବ ହୋଇ ନଥିବା ବେଳେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ଙ୍କୁ ଯୋଗାଯୋଗ କରି ପ୍ରତିକ୍ରିୟା ସ୍ୱରୂପ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ସହ କଥା ହେଉଛି ସେ ଯାଇ କିଛି ସମାଧାନ ବାଟ ବାହାର କରିବେ ବୋଲି କହି ଥିଲେ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ମାସ ମାସ ଧରି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅସାଧୁ ଶିକ୍ଷକ ମାନଙ୍କୁ ଘଣ୍ଟ ଘୋଡାଇ ନିର୍ଦ୍ଧୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ର ବିଷୟ ହୋଇଛି।ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ତଥା ଲୋକଙ୍କ ସରକାର ଦୃଷ୍ଟି ବିହିତ ପଦକ୍ଷେପ ଗ୍ରହଣ କରି ତୁରନ୍ତ ଶିକ୍ଷକ ଦେବା ପାଇଁ ଦାବୀ କରିଥିଲେ।
ଏନେଇ ବିଳମ୍ବରେ ହେଲେ ସୁଦ୍ଧା ସ୍ଥାନୀୟ ବ୍ଲକ୍ ଶିକ୍ଷା ଅଧିକାରୀ ମାନେ ପହଞ୍ଚି ଧାରଣା ସ୍ଥଳରେ ବସିଥିବା ଅଭିଭାବକ ଓ ସ୍କୁଲ କମିଟି ର ସଦସ୍ୟ ମାନଙ୍କ ସହ ଦୀର୍ଘ ସମୟ ଧରି ଯୁକ୍ତି ତର୍କ ହେବା ପରେ ସମାଧାନ ର ବାଟ ଫିଟାଇବା ପାଇଁ ବାଧ୍ୟ ହୋଇ ଅନ୍ୟତ୍ର ଜଣେ ଶିକ୍ଷକ ଙ୍କୁ ଦେଇ ନିଜେ ତାଲା ଖୋଲି ପରୀକ୍ଷା କରିବା ପାଇଁ କହିଥିବା କମିଟି ପକ୍ଷରୁ ଜଣା ପଡ଼ିଛି।ତେବେ ଦେଖାଯାଉ ଏହି ସମସ୍ୟା ର ସମାଧାନ ଦୀର୍ଘ ସ୍ଥାୟୀ ନାଁ କ୍ଷଣସ୍ଥାୟୀ।



