ଟ୍ରଷ୍ଟ ଫଣ୍ଡ କଲେଜରେ ଭ୍ରାମ୍ୟମାଣ ପାଠାଗାର…

ବରଗଡ଼୨୪/୦୯(ନବୀନ କୁମାର ଦାଶ):ସମାଜର ସବୁ ବର୍ଗର ଲୋକେ ପୁସ୍ତକକୁ ଜୀବନ ର ବନ୍ଧୁ ଭାବେ ଗ୍ରହଣ କରିବା ଉଚିତ,କାରଣ ପୁସ୍ତକ ଏକ ସାର୍ଥକ ଜୀବନ ଗଠନରେ ସହାୟକ ହୋଇଥାଏ।ଛାତ୍ର ଛାତ୍ରୀ ମାନେ ଭଲ ପୁସ୍ତକର ପାଠକ ହେବା ଉଚିତ୍,ସେ ମାନଙ୍କ ଜୀବନର ଆବଶ୍ୟକତା କେବଳ ପୁସ୍ତକ,ପୁସ୍ତକ ଆଉ ପୁସ୍ତକ-ବୋଲି ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ କଲେଜ୍ ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।

ଶିଶୁଶ୍ରୀ ଭ୍ରାମ୍ୟ ମାଣ ପାଠାଗାର’ ତରଫରୁ ଆୟୋଜିତ ୧୯୨ତମ ‘ପିଲାଙ୍କ ପାଖରେ ପାଠାଗାର’କାର୍ଯ୍ୟକ୍ରମ ରେ ସଭାପତି ମନୋରଂଜନ ମେହେର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଦେବତା ସମାଜ ର ସବୁ ବର୍ଗର ଲୋକେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସୁଷମା ପଣ୍ଡା ଓ ଅଧ୍ୟାପିକା ସଂଗୀତା ଦାଶ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକ,ପୁସ୍ତକ ଆଉ ପୁସ୍ତକ ପଠନ ଭିତରେ ବୁଡ଼ି ରହି ଜୀବନର ଚଲାପଥ କୁସୁମିତ କରିବାକୁ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ପ୍ରଜ୍ଞାରାଣୀ ସାହୁ,ନମିତା ବିଶି, ମାଳବିକା ମିଶ୍ର,ବିଦ୍ୟୁତପ୍ରଭା କ୍ଷେତି,ଗାୟତ୍ରୀ ଶତପଥୀ, ଅପର୍ଣ୍ଣା ସାହୁ,ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା,ଚେତନ ମିଶ୍ର ସ୍ବାଧୀନ ସାହୁ ପ୍ରମୁଖ ଭଲ ପୁସ୍ତକ ପଢିବା ସହିତ ଉତ୍ସବ ମାନଙ୍କରେ ପୁସ୍ତକ ଉପହାର ଦେବାକୁ ପରା ମର୍ଶ ଦେଇଥିଲେ।ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ନନ୍ଦିନୀ ବାରିକ,ଖୁସବୁ ବାବୁ ଓ ଗାୟତ୍ରୀ ସାହୁ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହେଇଥିଲେ।କାର୍ଯ୍ୟ କ୍ରମକୁ ସଂଯୋଜନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶିଶୁଶ୍ରୀ ର ଆବାହକ ଡକ୍ଟର ରବିନାରାୟଣ ସାହୁ।

ସେୟାର କରନ୍ତୁ

Next Post

ମହାରାଷ୍ଟ୍ରର ପୁନେ ରେ ନୂଆଁଖାଇ ଭେଟ୍ ଘାଟ୍....

Thu Sep 25 , 2025
ବରଗଡ଼୨୪/୦୯(ନବୀନ କୁମାର ଦାଶ): ପଶ୍ଚିମ ଓଡ଼ିଶା ର ଗଣପର୍ବ “ନୂଆଁଖାଇ”, ସୁଦୁର ପୁନେ ସହରରେ ଭେଟ୍-ଘାଟ୍ କଲ୍ଚରାଲ୍ ଆସୋସିଏସନ୍ ଦ୍ୱାରା ମହା ଆଡମ୍ବର ର ସହିତ ଆୟୋ ଜନ କରାଯାଇଥିଲା। ଏହି ନୂଆଁ ଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ରେ ୬୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ।ଏଇ ବର୍ଷ ନୂଆଁଖାଇ ଭେଟ୍-ଘାଟ୍ ମହାରାଷ୍ଟ୍ରର ପୁନେ ସ୍ତିତ ଅଂକୁଶରାଓ ଲାଂଡ଼ଗେ ନାଟ୍ୟଗୃହ,ଭୋଶରୀ ଠାରେ ଅନୁଷ୍ଠିତ ହୋଇଥିଲା।ମହାରାଷ୍ଟ୍ର ପୁନେ ର ପ୍ରବାସୀ […]

You May Like

Pin It on Pinterest