ମହାଗୌରୀ ବେଶ,କରଞ୍ଜ ବୃକ୍ଷ ମୂଳେ ପୂଜା ପାଇଲେ ମାଁ ଦୂର୍ଗା

ବରଗଡ଼୨୯/୦୯(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦୂଲମ ପୁର ପଞ୍ଚାୟତ ଗୋଡଭଗା- ତୁରୁମ୍ ୫୪ନଂ ରାଜ୍ୟ ରାଜପଥ କଡ଼ ସତ୍ୟା ଏକାଡେମୀ,ଦୂଳମ୍ ପୁର ରେ ବାପ ଅଜା ଅମଳରୁ କରଞ୍ଜ ବୃକ୍ଷ ମୂଳେ ପୂଜା ପାଇ ଆସୁଛନ୍ତି ମାଁ ଦୁର୍ଗା।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ଜୟ ମାଁ ଦୂର୍ଗା ପୂଜା କମିଟି ସତ୍ୟା ଏକାଡେମୀ, ଦୂଳମପୁର ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣ ରେ ନବରାତ୍ର ପାଳିତ ହେଉଛି।ଯାହା ଗତ ୨୨ତାରିଖ ରୁ ଆରମ୍ଭ ହୋଇ ଆଜି ଅଷ୍ଟମ ଦିବସରେ ମାଁ ଦୂର୍ଗା ମାହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି।ପ୍ରତିଦିନ ଏହି ବେଶ୍ କୁ ସ୍ଥାନୀୟ ଛକ ସହ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭିଡ ଜମୁଛି।ନିତ୍ୟ ନୈମିତ୍ତିକ ପୂଜା ନବରାତ୍ର ପୂଜା ପାଇଁ ପ୍ରତାପ ପୂଝାରୀ ବ୍ରହ୍ମା ବରଣ ହୋଇଥିବା ବେଳେ କର୍ତ୍ତା ଦାୟିତ୍ୱରେ ଲକ୍ଷଣ ରାଓ ଓ ତାଙ୍କ ଧର୍ମ ପତ୍ନୀ ନାଗ ଲକ୍ଷ୍ମୀ ପୂଜା ଦାୟିତ୍ୱ ତୁଳାଉଛନ୍ତି।

ପ୍ରକାଶ ଥାଉ କି ଏହି ପୀଠରେ ବାପ ଅଜା ଅମଳ ୬୦ବର୍ଷ ରୁ ଉର୍ଦ୍ଧ୍ବ ହେବ ଗ୍ରାମର ସର୍ବ ସାଧାରଣ କୂଅ ତଥା ଜଳାଶୟ ରୁ ତିନୋଟି ପଥର ଉଦ୍ଧାର କରି ପ୍ରଥମେ ଏକ ବଟ ବୃକ୍ଷ ତଳେ ମାଁ ଙ୍କ ପୂଜା ଆରମ୍ଭ ହୋଇଥିଲା।କାଳ କ୍ରମେ ୧୯୮୩ମସିହା ରେ ଏକ ଝଡ ବତାସ ରେ ବଟ ବୃକ୍ଷ ଟଳି ପଡ଼ିଥିଲା।ଏହା ପରେ ଉକ୍ତ ସ୍ଥାନରେ ଏକ କରଞ୍ଜ ବୃକ୍ଷ ରୋପଣ କରି ଦୀର୍ଘ ୧୫ବର୍ଷ ହେବ ପୂଜାପାଠ ହୋଇଆସୁ ଥିଲା।ହେଲେ ରାସ୍ତା ର ପ୍ରଶସ୍ତି କରଣ ପାଇଁ ମାଁ ଙ୍କ ସ୍ଥାୟୀ ପୂଜା ପୀଠ ନିର୍ମାଣ ହୋଇ ଅନବରତ ନିତ୍ୟ ନୈମିତ୍ତିକ ପୂଜା ପାଠ ହୋଇ ଧୁମ୍ ଧାମ ରେ ନବରାତ୍ର ପୂଜା ପାଳିତ ହୋଇ କେବଳ ଦଶମୀ ଦିନରେ ଅନ୍ନ ଭୋଗ ଦିଆଯାଉଥିବା ବେଳେ ୨୦୦୬ ରୁ ନିତ୍ୟ ନୈମିତ୍ତିକ ଶୁଖିଲା ଭୋଗ ମାଁ ଙ୍କୁ ଅର୍ପଣ ହୋଇଥାଏ ଓ ନବରାତ୍ର ସମୟରେ ଦୀର୍ଘ ଦଶଦିନ ଧରି ଅନ୍ନ ଭୋଗ ଲାଗି ପ୍ରଥମେ ବାଳ ଭୋଜନ ପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ଅନ୍ନ ଭୋଗ ପ୍ରସାଦ ପାଇ ମାଁ ଙ୍କ ଆଶୀର୍ବାଦ ଭିକ୍ଷା କରି ଥାନ୍ତି।

ସେହିଭଳି ନବରାତ୍ର ର ପ୍ରତି ଦିବସରେ ସତ୍ୟାଏକା ଡେମୀ ରେ ବସବାସ କରୁଥିବା ପରିବାର ମାନଙ୍କ ମଧ୍ୟରୁ ସକାଳ ଓ ସାନ୍ଧ୍ୟ ସେବାୟତ ଭାବେ ଦୁଇ ଓଳି ଦୁଇଟି ପରିବାର ନିୟୋଜିତ ରହି ମିଷ୍ଟାନ୍ନ ଭୋଗ ଲାଗି ନିତି କାନ୍ତି ହୋଇ ଭଜନ ସଙ୍କୀର୍ତ୍ତନ ସହ ମାଁ ଦୁର୍ଗା ଙ୍କ ଆଶିଷ ଲାଭ କରିଥାନ୍ତି।

ସେୟାର କରନ୍ତୁ

Next Post

ଘଣ୍ଟ ଶଙ୍ଖ ହୁଳହୁଳି ହରିବୋଲ ରେ ମୃଣ୍ମୟୀ ଦେବୀ ପୀଠ ପାଇଁ କଳସ ଶୋଭାଯାତ୍ରା...

Tue Sep 30 , 2025
ବରଗଡ଼୨୯/୦୯(ନବୀନ କୁମାର ଦାଶ):,ଶଙ୍ଖ, ଘଣ୍ଟ,ହୁଳହୁଳି, ହରିବୋଲ ରେ ଉଛୁଳି ଉଠୁଛି ଅତାବିରା।ମାଁ ଜଗତ ଜନନୀ ଦୁର୍ଗା ପୂଜା କମିଟି ସାପ୍ତାହିକ ହାଟ ମୃଣ୍ମୟୀ ଦେବୀ ପୀଠ ପାଇଁ ଲାଦେର ପାଲି ମହାଦେବ ମନ୍ଦିର ପୋଖରୀ ତୁଠରେ ସୂବିଜ୍ଞ ପଣ୍ଡିତ ମାନଙ୍କ ପୂଜାର୍ଚ୍ଚନା କ୍ରମେ ଏକ ମାଙ୍ଗଳିକ ଶୋଭାଯାତ୍ରା ବାହାରି ହାଟ ସ୍ତୀତ ପୀଠ ପହଞ୍ଚିଥିବା ବେଳେ ପୂଜକ ଭାବେ ସଞ୍ଜୟ କୁମାର ଦାଶ ଓ ତାଙ୍କ ସାଥୀ ମାନେ ପୂଜା […]

You May Like

Pin It on Pinterest