
ବରଗଡ଼୨୯/୦୯(ନବୀନ କୁମାର ଦାଶ):,ଶଙ୍ଖ, ଘଣ୍ଟ,ହୁଳହୁଳି, ହରିବୋଲ ରେ ଉଛୁଳି ଉଠୁଛି ଅତାବିରା।ମାଁ ଜଗତ ଜନନୀ ଦୁର୍ଗା ପୂଜା କମିଟି ସାପ୍ତାହିକ ହାଟ ମୃଣ୍ମୟୀ ଦେବୀ ପୀଠ ପାଇଁ ଲାଦେର ପାଲି ମହାଦେବ ମନ୍ଦିର ପୋଖରୀ ତୁଠରେ ସୂବିଜ୍ଞ ପଣ୍ଡିତ ମାନଙ୍କ ପୂଜାର୍ଚ୍ଚନା କ୍ରମେ ଏକ ମାଙ୍ଗଳିକ ଶୋଭାଯାତ୍ରା ବାହାରି ହାଟ ସ୍ତୀତ ପୀଠ ପହଞ୍ଚିଥିବା ବେଳେ ପୂଜକ ଭାବେ ସଞ୍ଜୟ କୁମାର ଦାଶ ଓ ତାଙ୍କ ସାଥୀ ମାନେ ପୂଜା କାର୍ଯ୍ୟ ତୁଲାଇ ଆସୂଥିବା ବେଳେ କର୍ତ୍ତା ଭାବେ ନନ୍ଦିଘୋଷ ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ଲଳିତା ପ୍ରଧାନ ରହିଛନ୍ତି।
ସେହିଭଳି ଅତାବିରା ଥାନା ସମ୍ମୁଖରେ ରହିଥିବା ମୃଣ୍ମୟ ଦେବୀ ଙ୍କ ପାଇଁ ଶ୍ରୀରାମ ବାବା ମଠ ପୋଖରୀ ତୁଠରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଜଳ ପୂର୍ଣ୍ଣ କଳସ ଶୋଭାଯାତ୍ରା ମାଙ୍ଗଳିକ ବାଦ୍ୟର ତାଳେ ତାଳେ ପୀଠ ସ୍ଥଳୀରେ ସ୍ଥାପନ ପୂର୍ବକ ପୂଜା ପାଠ ଆରମ୍ଭ ହୋଇଥିଲା।
ଏହି ପୀଠ ପାଇଁ ଦିନେଶ କୌଶିକ ଓ ତାଙ୍କ ଧର୍ମପତ୍ନୀ ରେଖା କୌଶିକ ପୂଜା କାର୍ଯ୍ୟ ତୁଲାଉ ଥିବାବେଳେ ମୁଖ୍ୟ ପୂଜକ ସତ୍ୟବ୍ରତ କର, ଚଣ୍ଡୀ ପାଠକ ବସନ୍ତ ପଣ୍ଡା, ସହକାରୀ ଦ୍ରବିଣ କୁମାର କର ଓ ତାଙ୍କ ସାଥୀ ମାନେ ବ୍ରହ୍ମା ବରଣ ହୋଇ ପୂଜା କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଦୁର୍ଗା ମନ୍ଦିର ନବରାତ୍ର ପୂଜା ପାଇଁ ଅରୁଣ କୁମାର ହୋତା ଓ ଧର୍ମପତ୍ନୀ ପ୍ରତିମା ହୋତା ସୁଚାରୁ ରୁପେ କର୍ତ୍ତା ଦାୟିତ୍ୱ ତୁଲାଇ ମୁଖ୍ୟ ପୂଜକ ଭାବେ ପଦ୍ମପାଣି ମହା ପାତ୍ର ଓ ତାଙ୍କ ସାଥୀ ମାନେ ବ୍ରହ୍ମା ବରଣ ହୋଇଛନ୍ତି।
ଆଜି ସନ୍ଧ୍ୟା ରେ ମୃଣ୍ମୟୀ ପୀଠ ସମୀପରେ ମହିଳା ଶ୍ରଦ୍ଧାଳୁ ଭକ୍ତ ମାନେ ଭାଇ ଜିଉନ୍ତିଆ ଓଷା କରି ଭାଇ ଙ୍କ ପାଇଁ ମାଁ ଙ୍କ ଠାରେ ଧୂପ ଦ୍ଵୀପ ପ୍ରଜ୍ବଳନ କରି ମାଁ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।



