ଜୟ କିଷାନ ପାଠାଗାର ପକ୍ଷରୁ ରକ୍ତଦାନ ଶିବିର ଓ ଆଲୋଚନା ଚକ୍ର…

ବରଗଡ଼୦୪/୧୦(ନବୀନ କୁମାର ଦାଶ): ଅକ୍ଟୋବର ୦୪/୨୦୨୫-ପ୍ରତିବର୍ଷ ପରି ଏବର୍ଷ ମଧ୍ୟ୍ୟ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଦେବାହାଲ ସ୍ଥିତ ଜୟ କିଷାନ ପାଠାଗାର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ତା ୪ ଅକ୍ଟୋବର ୨୦୨୫ ଶନିବାର ଦିନ ଆୟୋଜିତ ହୋଇଯାଇଛି।

ଏହି ଶିବିରରେ ମୋଟ ୩୯ ଏକକ ରକ୍ତ ସଂଗୃହିତ ହୋଇ ଥିଲା।ବୁର୍ଲା ଭୀମସାର ରକ୍ତ ବ୍ୟାଙ୍କ ଅଧିକାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା।ବିଶିଷ୍ଟ ସମାଜସେବୀ ସୁଶୀଲ ଦାଶଙ୍କ ଦ୍ୱାରା ଶିବିର ଉଦଘାଟନ ପରେ ବୁର୍ଲା ରକ୍ତ ବ୍ୟାଙ୍କର ଡାକ୍ତର ଭାବେଶ ଶେଖର ସାହୁ ଉପସ୍ଥିତ ଜନସାଧାରଣଙ୍କୁ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ବିଷୟରେ ଅବଗତ କରାଇ ଥିଲେ।ରକ୍ତଦାନ ଶିବିର ସହିତ ଏକ ଆଲୋଚନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଯାହାର ବିଷୟଵସ୍ତୁ ଥିଲା “ଯୁବ ସମାଜ ର କର୍ତ୍ତବ୍ୟ “।

ପାଠାଗାର ର ସଭାପତି କାଶୀଶ୍ୱର ବେହେରାଙ୍କ ସଭାପତିତ୍ୱ ରେ ଓ ସହ ସମ୍ପା ଦକ ବିନୟ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅଜମେର ସ୍ଥିତ NCERT ପରିଚାଳିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନ ର ଇତିହାସ ବିଭାଗ ପ୍ରଫେସର ଶ୍ରୀ ପ୍ରିତିଶ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କହିଥିଲେ ଜେ ଯୁବ ସମାଜ ନିଜ କାର୍ଯ୍ୟରେ ନିଷ୍ଠାବାନ ହେଲେ ସମାଜରେ ପରିବର୍ତନ ଆସିପାରିବ।ଅନ୍ୟତମ ବକ୍ତା ବରଗଡ ପଂଚାୟତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପତିତପାବନ ସାହୁ ଯୁବପିଢ଼ିଙ୍କୁ ସାମାଜିକ ଗଣମାଧ୍ୟମର କୁପ୍ରଭାବରୁ ଦୁରେଇ ରହିବାକୁ ପରାମର୍ଶ ଦେବା ସହିତ ସେମାନଙ୍କ କାର୍ଯ୍ୟ କଳାପ କୁ ଆତ୍ମଚିନ୍ତନ କରିବା ଜରୁରୀ ବୋଲି କହିଥିଲେ।

ସାହିତ୍ୟକ ତଥା ଇଂରାଜୀ ପ୍ରାଧ୍ୟପକ ମାନଭଞ୍ଜନ ପାଣିଗ୍ରାହୀ ଯୁବସମାଜ ନିଜକୁ କୁସଂସ୍କାରରୁ ଦୁରେଇ ରହି ପରିମାର୍ଜିତ ହେବା ପାଇଁ ଉପଦେଶ ଦେଇଥିଲେ।ଏହି ସଭାରେ ପଶ୍ଚିମବଙ୍ଗର ହିନ୍ଦୀ ଲେଖକ ତଥା ପ୍ରକାଶକ ସଞ୍ଜୟ ଭାରତୀ ମଧ୍ୟ ଯୋଗ ଦେଇଥିଲେ।ଶେଷରେ ପାଠା ଗାର ର ସଦସ୍ୟ ଶିକ୍ଷକ ରାଜ କିଶୋର ସେଠ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ ସଦସ୍ୟ ତଥା ଦେବାହାଲ ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ମେଡିସିନରେ ୩ଜଣଙ୍କୁ ନୋବେଲ ପୁରସ୍କାର

Mon Oct 6 , 2025
ବାସ୍ତବ ବ୍ୟୁରୋ: ଆଜି ମେଡିସିନ ରେ ନୋବେଲ ପୁରସ୍କାର ପାଇଁ ତିନି ଜଣ ଡାକ୍ତରଙ୍କୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ସିଆଟଲ ସହରରେ ରହୁଥିବା ମ୍ୟାରୀ ଇ. ବ୍ରୁଙ୍କୋ, ସାନ ଫ୍ରାନ୍ସିସ୍କୋର ଫ୍ରେଡ୍ ରାମସଡେଲ୍ ଏବଂ ଜାପାନର ଶିମୋନ୍ ସାକାଗୁଚିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବ୍ରୁଙ୍କୋ ଇନଷ୍ଟିଚ୍ୟୁଟ୍ ଅଫ୍ ସିଷ୍ଟମ୍ସ ବାୟୋଲୋଜିରେ କାମ କରୁଥିବା ବେଳେ ରାମସଡେଲ୍, ସୋନୋମା ବାୟୋଥେରାପିଉଟିକ୍ସ ସହିତ ଏବଂ ସାକାଗୁଚି ଜାପାନର […]

You May Like

Pin It on Pinterest