ଗଜ ଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ ହାସ୍ୟ କବି ସମ୍ବିଲନୀ…

ବରଗଡ଼୦୭/୧୦(ନବୀନ କୁମାର ଦାଶ): ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଆନ୍ଧ୍ର କେମ୍ଫ ଠାରେ ଶ୍ରୀରାମ ବଣିକ ସଂଘ ଦ୍ୱାରା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଅବସର ରେ କଳସ ଶୋଭା ଯାତ୍ରା ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଥିଲା। ଏହି ଅବସର ରେ ଛୋଟ ଛୋଟ ଛୁଆ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା ଓ ପରେ ପରେ ଏକ ହାସ୍ୟ କବି ସମ୍ବିଲନୀ ଅନୁଷ୍ଠିତ ହୋଇ ଥିଲା।

ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମ୍ବଲପୁରୀ କବି ସଚି ପଣ୍ଡା,ନୀତିଶ ଆଚାର୍ଯ୍ୟ,ମୁନି ରାମ କୁମ୍ଭାର,ରଞ୍ଜିତ ପଧାନ, ନକୁଳ ମେହେର,କବୀୟତ୍ରି ଲୀନା ପଣ୍ଡା ପ୍ରମୁଖ ନିଜର ବ୍ୟଙ୍ଗ କବିତା ପରିବେଷଣ କରିଥିଲେ।ସମ୍ବାନୀତ ଅତିଥି ଭାବରେ ଲକ୍ଷ୍ମୀ ବିକାଶ ର ଚେୟାରମେନ ଡି ନାଗେଶ୍ବର ରାଓ ଯୋଗ ଦେଇ ଥିଲେ ଓ କବି ମାନଙ୍କୁ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରି ଥିଲେ।ଏହି କାର୍ଯ୍ୟକ୍ରମ କୁ ଶ୍ରୀରାମ ବଣିକ ସଂଘ ର ସଭାପତି ଶ୍ରୀ ଜି ବାସୁ ବାବୁ, ସମ୍ପାଦକ ଶ୍ରୀ ରିଙ୍କୁ ସେନ କର, ଅଶ୍ୱିନୀ ତ୍ରିପାଠୀ,ରକ୍ଷପାଲ ସାହୁ, ମଦନ ମୋହନ ଦାସ,ତ୍ରିପୁରା ସୁହୁଲା ଓ ଅନ୍ୟ ସଦସ୍ୟ ମାନେ ସୁପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ବ୍ୟାଟେରୀ ଗାଡ଼ି ସୋରୂମରେ ଅଗ୍ନିକାଣ୍ଡ...

Wed Oct 8 , 2025
କୋଣାର୍କ(ତ୍ରୀଭୁବନ ମହାପାତ୍ର):ଆଜି ଅପରାହ୍ନ ୫ଟା ସମୟରେ କୋଣାର୍କ ମାଧିପୁର ଛକରେ ଏକ ବ୍ୟାଟେରୀ ଗାଡ଼ି ସୋରୂମରେ ଅଗ୍ନିକାଣ୍ଡ ଘଟିବାରୁ,କୋଣାର୍କ ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ। ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମନେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଖବର ଅନୁଯାୟୀ ଏହି ବ୍ୟାଟେରୀ ଗାଡି ସୋରୁମର ୩୦ ଟି ଗାଡି ସଂମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ, ସୋରୁମର ଅନେକ କ୍ଷୟକ୍ଷତି ହୋଇଛି। ସେୟାର କରନ୍ତୁ

You May Like

Breaking News

Pin It on Pinterest