ସରକାର କା ମାଲ ଦରିଆ ମେ ଡାଲ୍, ସରୀସୃପ ମାନଙ୍କ ଚରାଭୂଇଁ ଅତାବିରା ହାଇସ୍କୁଲ ପାର୍କ…

ବରଗଡ଼୦୯/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ସହରାଞ୍ଚଳ ର ବିକାଶ ପାଇଁ ସରକାର ବାହାଦୁର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା, ଡ୍ରେନ,ଫେବର୍ ରାସ୍ତା,ଶୌଚା ଳୟ,ଷ୍ଟାଡିୟମ୍,ପାର୍କ ଭଳି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇ ତିଆରି ହୋଇଛି ସତ,ହେଲେ କେଉଁଠି ଅଧା ଅଧିଆ ତ କିଛି ସରକାରୀଆ ଦରମା ନିଅଣ୍ଟ ବାବୁ ମାନଙ୍କ ଖାମ୍ ଖିଆଲି ମନୋଭାବ ତଥା କିଛି ଟା ସ୍ବାର୍ଥ ଲାଳସା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥା ରେ ଲୋକ କାର୍ଯ୍ୟରେ ଆସୁନାହିଁ।

କେବଳ ସେତିକି ନୁହେଁ ଅନେକ ସ୍ଥାନରେ ତିଆରି ହେବା ଦିନ ଠାରୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବିକାଶ କୁହା ଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଭାଙ୍ଗି ରୁଚି ଜନ୍ମ ରୁ ପଙ୍ଗୁ ସାଜିଥିବା ଅଞ୍ଚଳ ରେ ବେଶ୍ ନଜିର ରହିଛି।ଯାହାର କିଞ୍ଚିତ ଉଦାହରଣ ସ୍ୱରୂପ ଏନ୍ଏସି ଅନ୍ତର୍ଗତ ଅତାବିରା ହାଇସ୍କୁଲ ପଡିଆ ଠାରେ ୨୦୨୨-୨୩ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)ରେ ସାମିଲ କରି ୧୬୨୧ ୮୧୨/ଟଙ୍କା ସରକାରୀ ଅନୁଦାନ ରେ ତିଆରି ହୋଇଥିବା ମିନି ପାର୍କ ଯେଇ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ରେ ତିଆରି ସମୟ ରୁ ଲତା ବୁଦା ସହ କାନ୍ଥ ମାନଙ୍କ ରେ ଫାଟ ସୃଷ୍ଟି ହୋଇ ଦୀର୍ଘ ଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଲତା ବୁଦା ସହ ବିଷଧର ସରୀସୃପ ମାନଙ୍କ ଚରାଭୁଇଁ ପାଲଟି କେତେବେଳେ ଯେ କେଉଁ ଅଘଟଣ ନଘଟିବ କିଏ କହିବ ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ହେଉଛି।କେବଳ ସେତିକି ନୁହେଁ ଖେଳ ପଡିଆ ସହ ପିଲାଙ୍କ ପାଇଁ ତିଆରି ହୋଇଥିବା ମିନି ପାର୍କ କୁ ମଧ୍ୟ ଛାଡ଼ୁ ନାହାନ୍ତି ନିଶାଡ଼ି ମାନେ।

ସେଠାରେ ମଧ୍ୟ ଲତା ବୁଦା ର ଆଢ଼ୁଆଳରେ ମଦୁଆ ମାନେ ଆଡ୍ଡା ଜମାଇ ଏଣେ ତେଣେ ବୋତଲ ସହ ପ୍ଲାଷ୍ଟିକ ଗ୍ଲାସ୍,ଚାଖଣା ପଲିଥିନ ସବୁ ପକାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ନାମକୁ ମାତ୍ର ଶୌଚାଳୟ ର ପେନ୍ ଓ ପାଇପ ଲଗାଇ ବିଦ୍ୟୁତ୍ ସଂଯୋଗ ନାହି କି ପାଣି ସପ୍ଲାଇ ଏଯାବତ୍ ନହୋଇ “ସରକାର କା ମାଲ୍ ଦରିଆ ମେ ଡାଲ୍” ଭଳି ଭାଙ୍ଗିବା ସହ ଶୌଚାଳୟ ରେ ଲାଗିଥିବା ପାଇପ ଗୁଡିକ ମଧ୍ୟ ଭାଙ୍ଗି ଦେଇ ମଦୁଆ ମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି।ଯଦ୍ୱାରା ଲୋକ ତଥା ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏନେଇ ପ୍ରମୋଦ ପଟେଲ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ ସ୍ୱରୂପ ସେଇ ପାର୍କ ରେ ଓପନ ଜିମ୍ ପାଇଁ ଲେଖା ଯାଇଛି।ତାହା କରାଯିବ ବୋଲି କହିଥିଲେ।ତେବେ ଏଠି ପ୍ରଶ୍ନ ଉଠୁଛି ଯେ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷ ବର୍ଷ ଧରି ଅଧାଅଧିଆ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା,ପିଲା ଙ୍କ ଖେଳ ସାମଗ୍ରୀ ଭାଙ୍ଗିରୁଚି ଯାଇଥିବା ଅସମ୍ପୂର୍ଣ୍ଣ ପାର୍କ ରେ କିଭଳି ଭାବେ,କାହା ସ୍ୱାର୍ଥରେ ଓ କାହା ଦାୟିତ୍ୱରେ ଓପନ କରାଯିବ ତାହା କେବଳ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ହିଁ ଜଣା।

ତୁରନ୍ତ ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଲୋକଙ୍କ ସରକାର ଦୃଷ୍ଟି ଦେଇ ଏଭଳି କାର୍ଯ୍ୟ କୁ ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି।

ସେୟାର କରନ୍ତୁ

Next Post

ରାଜ୍ୟ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ସମାରୋହ,ସମ୍ମାନ ଓ ସେବାର ବାର୍ତ୍ତା ଦେଲେ ଅତିଥି...

Fri Oct 10 , 2025
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ୧୦/୧୦-ଆଜି ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ସମାରୋହ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏବଂ ସାମାଜିକ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଏହି ସମାରୋହରେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ,ମୁନସିପାଲ […]

You May Like

Pin It on Pinterest