ଚୋରି ହୋଇଥିବା ଟ୍ରାକ୍ଟର ଓ ଟ୍ରଲି ଉଦ୍ଧାର ତିନି ଅଭିଯୁକ୍ତ ଗିରଫ…

ବରଗଡ଼୧୦/୧୦(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି।ଥାନା ମାମଲା ନଂ- ୩୨୭/୨୫ ଅନୁସାରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୩(୨)/୩(୫) ଅନୁଯାୟୀ ଦାଖଲ ହୋଇଥିବା ଚୋରି ମାମଲାରେ ଏକ ଟ୍ରାକ୍ଟର ଓ ଟ୍ରଲି ଉଦ୍ଧାର କରିବା ସହିତ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ବିଶ୍ୱସନୀୟ ସୂଚନା ଆଧାରରେ ତଦନ୍ତ ପରେ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଗିରଫ କରା ଯାଇଛି।

ସେମାନେ ହେଲେ ୧. ଅଚ୍ୟୁତାନନ୍ଦ ପାଢ଼ାନ,ବାସିନ୍ଦା, କୁସନପୁରି,ଭେଦେନ ୨.ତ୍ରିଲୋଚନ ନାଗ,ବାସିନ୍ଦା ବାଗରଟିପାଲି, ଭେଦେନ ୩.ସଏଦ ଆବାସ,ବାସିନ୍ଦା ଧନୁପାଲି,ସମ୍ବଲପୁର।ଚୋରି ହୋଇଥିବା ଟ୍ରାକ୍ଟର ଓ ଟ୍ରଲିକୁ ପୋଲିସ ଉଦ୍ଧାର କରି ଜବତ କରିଛି।ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଆଜି ଅଦାଲତକୁ ଚାଲାଣ କରାଯାଇଛି।ଏହି ସଫଳ ଅଭିଯାନରେ ବରଗଡ଼ ଜିଲ୍ଲା ପୋଲିସଙ୍କ ଅପରାଧ ବିରୋଧୀ ପ୍ରତିଶ୍ରୁତି ଓ କାର୍ଯ୍ୟ ଦକ୍ଷତାକୁ ପ୍ରକାଶ କରେ।

ସେୟାର କରନ୍ତୁ

Next Post

ଆର୍ଯ୍ୟ ମହା ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ 'ଆର୍ଯ୍ୟବାର୍ତ୍ତା'ଉନ୍ମୋଚିତ

Sun Oct 12 , 2025
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):୧୨/୧୦-ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତତ ଜୟନ୍ତୀ ସମାରୋହ ଏବଂ ଆର୍ଯ୍ୟ ସମାଜର ୧୫୦ ବର୍ଷ ଶ୍ରାଦ୍ଧଶତାବ୍ଦୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ ଠାରେ ଅତ୍ୟନ୍ତ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭା ଦ୍ୱାରା ଆୟୋଜିତ ଏହି ‘ଓଡ଼ିଶା ଆର୍ଯ୍ୟ ମହା ସମ୍ମେଳନ ୨୦୨୫’ ଅବସରରେ ସମାଜରେ ବୈଦିକ ମୂଲ୍ୟବୋଧର ପ୍ରଚାର ପ୍ରସାର କରୁଥିବା ଆର୍ଯ୍ୟସମାଜ ତରଫରୁ ଏକ […]

You May Like

Pin It on Pinterest