
ବରଗଡ଼୧୫/୧୦(ନବୀନ କୁମାର ଦାଶ):ଜାତୀୟ କଳା, ସଂସ୍କୃତି, ସାହିତ୍ୟ ଏବଂ ନାଟକ,ଭୁବନେଶ୍ୱର ତରଫରୁ ଅଷ୍ଟମ ରାଜ୍ୟସ୍ତରୀୟ ନୂଆଖାଇ ଭେଟଭାଟ ବୁଦ୍ଧ ମନ୍ଦିର ଅଡିଟୋରିୟମ ହଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି।
ଡଃ ମଙ୍ଗୁଲୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ନୂଆଖାଇ ଓ କବିତାରେ ଛନ୍ଦବୋଧର ଆବଶ୍ୟକତା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।ସଭାପତି ଡ଼ା.ନବକିଶୋର ଶତପଥୀ ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ସାହୁ,ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ ପ୍ରତିଭା ମହା ରଥୀ ଇତ୍ୟାଦିଙ୍କ ଉପସ୍ଥିତି ରେ ସୁସାହିତ୍ୟିକା ଡଃ ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଗଙ୍ଗାଧର ସମ୍ମାନ-୨୦୨୫ ପ୍ରଦାନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ତିରିଶଟି ଜିଲ୍ଲାରୁ ବହୁ ପ୍ରତିଭା ଯୋଗ ଦେଇଥିଲେ।ଶ୍ରୀମତୀ ପାଣିଗ୍ରାହୀ ପୂର୍ଣ୍ଣଚନ୍ଦ୍ରପୁର, ମୟୂରଭଞ୍ଜ ଆଡ଼ଭୋକେଟ ଶିବବ୍ରତ ମହାପାତ୍ରଙ୍କର ସହଧର୍ମିଣୀ ଓ ସରସ୍ବତୀ ଶିଶୁବିଦ୍ୟାମନ୍ଦିର,ବାଲିଆ ବାଲେଶ୍ୱରର ଜଣେ ଆଚାର୍ଯ୍ୟା ଭାବେ କାର୍ଯ୍ୟରତ।ସାରସ୍ୱତ ଜଗତରେ କବିତା,ଗଳ୍ପ,ପ୍ରବନ୍ଧ ଇତ୍ୟାଦି ନିରନ୍ତର ଲେଖନୀ ଚାଳନା କରିଥିବା ଡଃ ତାନଶ୍ରୀଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ପାଇଁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି।



