ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ

ବାସ୍ତବ ବ୍ୟୁରୋ: ଆଜି ଅପରାହ୍ନରେ ଭୁବନେଶ୍ବରର ସବୁଠାରୁ ବଡ଼ ହାଟ ‘ୟୁନିଟ୍‌-୧’ରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। କୌଣସି ଏକ ତେଜରାତି ଦୋକାନରୁ ଆରମ୍ଭ ହୋଇଥିବା ନିଆଁ ପ୍ରାୟ ୪୦ଟି ଦୋକାନକୁ ଜାଳିପୋଡ଼ି ଧ୍ବଂସ କରିଦେଇଛି। ଫଳରେ ବ୍ୟବସାୟୀମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଇଛି।  

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଭୁବନେଶ୍ବର ୟୁନିଟ-୧ ହାଟରେ ଥିବା ତେଜରାତି ଦୋକାନଗୁଡ଼ିକରେ ଅପରାହ୍ଣ ପ୍ରାୟ ୨ଟା ୪୦ରେ ଅଗ୍ନିକାଣ୍ଡ ଘଟିଥିଲା। ସୂଚନା ମିଳିବା ପରେ ତୁରନ୍ତ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିଶମ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ନିଆଁ ଲିଭାଇବାକୁ ଶତାଧିକ କର୍ମଚାରୀ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଝାଳବୁହା ପରିଶ୍ରମ କରିଛନ୍ତି। ନିଆଁ ଲିଭାଇବା ପାଇଁ ୧୫ ଗାଡ଼ି ବ୍ୟବହାର କରାଯାଇଥିଲା। ଏଥିରେ ୧୪୦ ଜଣ ଆଗ୍ନିକ ମୁତୟନ ଥିଲେ। ଦୋକାନରେ ଜଳନଶୀଳ ଜିନିଷ ଥିଲା। ଏଥି ପାଇଁ କମ ସମୟ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ସେୟାର କରନ୍ତୁ

Next Post

ଜୀ ସାର୍ଥକରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି ଓଡିଆ ବ୍ଲକବଷ୍ଟର ଫିଲ୍ମ 'ଅନନ୍ତା' - ୨୬ ଅକ୍ଟୋବର ସନ୍ଧ୍ୟା ୬.୩୦ରେ

Thu Oct 23 , 2025
ଭୁବନେଶ୍ବର(ନି.ପ୍ର): ପ୍ରତ୍ୟେକ ପର୍ବ ପର୍ବାଣୀରେ ଜୀ ସାର୍ଥକର ସମସ୍ତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ସୁପରହିଟ ଫିଲ୍ମ ସବୁ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସବୁବେଳେ ସଫଳ ହୋଇଛି । ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଭାବରେ ପରିଚିତ ଜୀ ସାର୍ଥକରେ ଆସନ୍ତା ୨୬ ଅକ୍ଟୋବର ସନ୍ଧ୍ୟା ୬.୩୦ରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି ଓଡିଆ ବ୍ଲକବଷ୍ଟର ଫିଲ୍ମ ‘ଅନନ୍ତା‘ । ଏଥି ପୂର୍ବରୁ ଜୀସାର୍ଥକର ଏକାଧିକ […]

You May Like

Pin It on Pinterest