
ବରଗଡ଼(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଭେଡେନ ଆଂଚଳିକ କିଷାନ ମହାବିଦ୍ୟାଳୟ ର ରଂଜିତା ଖେଳ ପଡିଆ ଠାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆନ୍ତଃ ମହା ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦ୍ଘାଟିତ ହୋଇଯାଇଛି।
ଆଜି୨୪/୧୦ ଶୁକ୍ରବାର ଦ୍ଵିତୀୟ ଦିବସରେ ୭ ଟି ମହାବିଦ୍ୟାଳୟ ର ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ।ଏହା ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଳା ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି।ଆଜି ଦ୍ଵିତୀୟ ଦିବସରେ ୧୪ ଟି ମହାବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ।ଦ୍ଵିତୀୟ ଦିବସରେ ସମ୍ମାନିତ ଅତିଥି ଭାବେ ଭେଡେନ ର ପୂର୍ବତନ ଖେଳାଳି ମାନଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କୁ ପୁଷ୍ପମାଲ୍ୟ ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ,ମହାବିଦ୍ୟାଳୟ ଅଧ୍ୟକ୍ଷା ମଞ୍ଜୁଳା ସାହୁ।
ଖେଳାଳି ମାନେ ହେଲେ ଗୋପିକୃଷ୍ନ ରଥ, ଧୃବଚରଣ ବେହେରା,ସରୋଜ କୁମାର ରଥ,ସୁରେନ୍ଦ୍ର ବନଛୋର, ସତ୍ୟନାରାୟଣ ରଥ,ହରିହର ମେହେର।ମଧ୍ୟାନ୍ତରରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷା ଓ ଅତିଥି ମାନେ ଖେଳାଳି ମାନଙ୍କ ସହିତ ପରିଚୟ ପ୍ରଦାନ ସହିତ କର ମର୍ଦ୍ଦନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ମହା ବିଦ୍ୟାଳୟର କ୍ରିଡା ସଂସଦ ର ଉପସଭାପତି ଅଧ୍ୟାପକ ରଂଜନ କୁମାର ଦାଶଙ୍କ ପରିଚାଳନା ରେ ଅନୁଷ୍ଠିତ ହେଉଛି।ଧାରାବିବରଣୀ ପ୍ରଦାନ କରିଥିଲେ,ଅଧ୍ୟାପକ ସନ୍ତୋଷ କୁମାର ନାୟାର ଓ ସୂର୍ଯ୍ୟ କୁମାର ଦେହେରୀ।
ଖେଳ ପରିଚାଳନାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରି ଥିଲେ।ଭେଡେନ ଜୋନ (ଏ) ଫାଇନାଲ ୨୬,୧୦,୨୫ ଓ ଗ୍ରାଣ୍ଡ ଫାଇନାଲ ଭେଡେନ ଜୋନ ଓ ସୁନ୍ଦରଗଡ ଜୋନ ର ବିଜେତା ମାନଙ୍କ ମଧ୍ୟରେ ଆସନ୍ତା ୨୮, ୧୦,୨୫ ତାରିଖ ଅନୁଷ୍ଠିତ ହେବ।



