ବାତ୍ୟା ‘ମୋନ୍ଥା’ର ପ୍ରଭାବ, ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି

ବାସ୍ତବ ବ୍ୟୁରୋ: ‘ମୋନ୍ଥା’ ବଳ ଗୋଟାଇ ସ୍ଥଳଭାଗର ନିକଟତର ହେଉଥିବା ବେଳେ ଏହାର ପ୍ରଭାବ ଗତକାଲିଠାରୁ ଓଡ଼ିଶାରେ ପଡ଼ିସାରିଲାଣି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି ।

ବାତ୍ୟା ‘ମୋନ୍ଥା’ର ଅବସ୍ଥିତି ଓ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି, ଭୀଷଣ ବାତ୍ୟାର ରୂପ ନେଇ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ଅତିକ୍ରମ କରିବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ। ଏହି ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଆହୁରି କହିଛନ୍ତି, ବାତ୍ୟା ମୋନ୍ଥାର ପ୍ରଭାବରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ ରହିବ। ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ସହ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ଵର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୯ ଜିଲ୍ଲା ଯେପରିକି ନୂଆପଡା ବଲାଙ୍ଗୀର ସୋନପୁର ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ,ବରଗଡ଼, ଝାରସୁଗୁଡା, ଦେଓଗଡ, କେନ୍ଦୁଝର , ମୟୁରଭଞ୍ଜ , ସୁନ୍ଦରଗଡ, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଏଲି ବର୍ଣ୍ଣିଙ୍ଗ ଜାରି ହୋଇଛି।

ଅନ୍ୟପଟେ ବାତ୍ୟା ମୋନ୍ଥା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମୀକ୍ଷା କରିଛନ୍ତି । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଜିରୋ କାଜୁଆଲିଟ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ମଙ୍ଗଳବାର ୫ ଓ ବୁଧବାର ୫ ଜିଲ୍ଲା ଜିଲ୍ଲା ପ୍ରଭାବିତ ହେବ । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ସେହିପରି ପ୍ରଭାବିତ ଜିଲ୍ଲାରେ ୩୦ ଯାଏ ସ୍କୁଲ ଓ ଅଙ୍ଗନଓ୍ୱାଡି ବନ୍ଦ ରହିବ । ବର୍ତ୍ତମାନ ଯାଏ ୧୮୭୧ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୁକାବିଲା ପାଇଁ ୨୦୪୮ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ୧୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ବାତ୍ୟା ମୋନ୍ଥା ମୁକାବିଲା ପାଇଁ ସବୁ ବିଭାଗ ପ୍ରସ୍ତୁତ ରହିଛି । ଜିଲ୍ଲାପାଳଙ୍କୁ କ୍ଷମତା ମଧ୍ୟ ଦିଆଯାଇଛି । ସେହିପରି ସାପ କାମୁଡ଼ା ଇଞ୍ଜେକ୍ସନ ପ୍ରସ୍ତୁତ ରଖାଯାଇଛି ।

ସେୟାର କରନ୍ତୁ

Next Post

ମାନବବାଦର ମହନୀୟ ଉଚ୍ଚାରଣ ହିଁ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପର ମର୍ମସ୍ବର...

Wed Oct 29 , 2025
ବରଗଡ଼୨୯/(ନବୀନ କୁମାର ଦାଶ):ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ ସାମାଜିକ ପ୍ରତିବଦ୍ଧତାର ମାର୍ମିକ ଉଚ୍ଚାରଣ। ବ୍ୟକ୍ତି ନୁହେଁ ଗୋଷ୍ଠୀ ର ବିକାଶ ପରିପ୍ରକାଶ ହିଁ ଏହାର ବ୍ୟାପ୍ତି ଓ ଦୀପ୍ତି। ଜାତୀୟ ଜୀବନ ର ଜୟଗାନ ହେଉଛି ତାର ଉଦ୍ଘୋଷିତ ମନ୍ତ୍ର।ସର୍ବୋ ପରି ମାନବବାଦର ମହନୀୟ ଉଚ୍ଚାରଣ ହିଁ ସ୍ବାଧୀନତା ପୂର୍ବ ବର୍ତ୍ତୀ ଓଡ଼ିଆ ଗଳ୍ପର ମର୍ମ ସ୍ବର ବୋଲି ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ […]

You May Like

Breaking News

Pin It on Pinterest