
ଅନୁଗୁଳ(ନି.ପ୍ର):ଆଜି ଭୋର ପ୍ରାୟ ୪:୩୮ ସମୟରେ ଅନୁଗୁଳ ଜିଲ୍ଲାର ହଣ୍ଡପା ପୋଲିସ ସୀମା ଅନ୍ତର୍ଗତ ଲୁହାମୁଣ୍ଡା ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଯାତ୍ରୀବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରରେ ଧକ୍କା ଦେଇଥିବା ଜଣାପଡ଼ିଛି, ଯାହା ଫଳରେ ୧୮ ଜଣ ଯାତ୍ରୀ ଆହତ ହୋଇଥିଲେ ।
୧୦୮ ଆମ୍ବୁଲାନ୍ସ ର ଜରୁରୀକାଳୀନ ନିୟନ୍ତ୍ରଣ ରୁମ୍ ଅନୁଯାୟୀ, ଏହି ଘଟଣା ଖବରର ତୁରନ୍ତ ପ୍ରତିକ୍ରିୟାରେ ଦୁର୍ଘଟଣାସ୍ଥଳକୁ ଛଅଟି ୧୦୮ ଆମ୍ବୁଲାନ୍ସ ପଠାଯାଇଥିଲା ଓ ଜରୁରୀକାଳୀନ ଟିମ ଘଟଣାସ୍ଥଳରେ ପହଞ୍ଚି ପୀଡିତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ। ଆହତ ଯାତ୍ରୀଙ୍କ ମଧ୍ୟରୁ ନଅ ଜଣଙ୍କୁ ସଫଳତାର ସହ ଆବଶ୍ୟକୀୟ ଜରୁରୀକାଳୀନ ଚିକିତ୍ସା କରାଯାଇଥିଲା ଏବଂ ରାଜକିଶୋର ନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ୧୦୮ ଆମ୍ବୁଲାନ୍ସର ତୁରନ୍ତ ଜରୁରୀକାଳୀନ ସେବାକୁ ସ୍ଥାନୀୟ ବାସିନ୍ଦା ପ୍ରସଂଶା କରିଛନ୍ତି ।


