ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲାର ରାମଗିରିରେ ବସ୍ତ୍ର ବଣ୍ଟନ

ବ୍ରହ୍ମପୁର(ନି.ପ୍ର): ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ରାମଗିରି ଠାରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ।କାହାର ଲଜ୍ୟା ନିବାରଣ ପାଇଁ ବସ୍ତ୍ର ପ୍ରଦାନ ର ପ୍ରୟାସ ଜାରି ରଖିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ l ପ୍ରତି ବର୍ଷ ପରି ଏ ବର୍ଷ ଟ୍ରଷ୍ଟ ପକ୍ଷରୁ ଗଜପତି ଜିଲ୍ଲା ର ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତ ର ଗୌଡ଼ ସାହି ରେ ଆରମ୍ଭ ହୋଇଛି l

ଗ୍ରାମର ଥିବା ଆବାଳ ବୃଦ୍ଧ ସମସ୍ତେ ନିଜ ଆବଶ୍ୟଜ ଅନୁଯାୟୀ ପୋଷାକ ସଂଗ୍ରହ କରିଥିଲେ l କୁନି ପିଲାମାନେ ନିଜର ପୋଷାକ କୁ ବାଛି ବାଛି ନେଇଥିଲେ l ବୟସ୍କ ମାନେ ବସ୍ତ୍ର ନେବାପରେ କର୍ମକର୍ତା ଙ୍କୁ କଲ୍ୟାଣ କରିଥିଲେ l ବୁଢ଼ୀ ମା ମାନେ ଶୀତ ବସ୍ତ୍ର କୁ ଥିରି ହାତ ରେ ସାଇତି ନେଇଥିଲେ l ଆଜି ର କାର୍ଯ୍ୟକ୍ରମ କୁ ସେହି ଗ୍ରାମର ବୟସ୍କ ବ୍ୟକ୍ତି ରଙ୍କନିଧି ଗୌଡ଼ ଙ୍କ ଦ୍ୱାରା ଶୁଭାରମ୍ଭ କରାଯଇଥିଲା l ଆଜି ର କାର୍ଯ୍ୟକ୍ରମ ସମସ୍ତ କର୍ମକର୍ତା ଙ୍କୁ ଆନନ୍ଦ ପ୍ରଦାନ କରିଥିଲା l

ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦମନ ମହାନ୍ତି ଙ୍କ ସହ ସୁବାଶିଷ ଷଢଙ୍ଗୀ, ଅଭୟ ବେହେରା, ଦେବେନ୍ଦ୍ର ନାୟକ, ସଞ୍ଜୟ ଗାହାଣ, ବୃନ୍ଦାବନ ଗୌଡ଼ ଓ ଗୌରାଙ୍ଗ ନାୟକ ସାମିଲ ଥିଲେ l

ସେୟାର କରନ୍ତୁ

Next Post

ଅଜଣା ବ୍ଯକ୍ତିର ଶବ ଉଦ୍ଧାର...

Fri Nov 21 , 2025
କୋଣାର୍କ(ତ୍ରିଭୁବନମହାପାତ୍ର): ୨୧/୧୧ ବାଲିଦୋକାନ ରଇତିସାହି ପଡିଆଠାରେ ଏକ ଅଜଣା ବ୍ୟକ୍ତିର ଶବ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ଅବସ୍ଥାରୁ ଯଣାଯାଏ, କେହି ଏହି ବେକ୍ତିଙ୍କୁ ନିର୍ମମ ଭାବେ ହତ୍ଯାକରି,ପୋଡିଦେଇ,ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରିଛି।ହେଲେ କିଏ କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟ କରିଛି କୋଣାର୍କ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି। ଦିନକୁ ଦିନ ଅସାମାଜିକ ଓ ଖଳ ପ୍ରକୃତିର ଲୋକମାନଙ୍କର ପ୍ରାଦୁର୍ଭାବ […]

You May Like

Pin It on Pinterest