
କୋଣାର୍କ(ତ୍ରିଭୁବନମହାପାତ୍ର): ୨୧/୧୧ ବାଲିଦୋକାନ ରଇତିସାହି ପଡିଆଠାରେ ଏକ ଅଜଣା ବ୍ୟକ୍ତିର ଶବ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ଅବସ୍ଥାରୁ ଯଣାଯାଏ, କେହି ଏହି ବେକ୍ତିଙ୍କୁ ନିର୍ମମ ଭାବେ ହତ୍ଯାକରି,ପୋଡିଦେଇ,ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟାକରିଛି।ହେଲେ କିଏ କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟ କରିଛି କୋଣାର୍କ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି।
ଦିନକୁ ଦିନ ଅସାମାଜିକ ଓ ଖଳ ପ୍ରକୃତିର ଲୋକମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକ ମାନଙ୍କ ମନରେ ଭୟ ସଂଚାର ହେବାରେ ଲାଗିଛି।ପୋଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୃତ ବ୍ଯକ୍ତିଙ୍କ ପରିଚୟ ସହ ତାର ପରିବାରକୁ ନ୍ୟାୟ ଦେବାରେ ସହାୟକ ହେବ ବୋଲି ଆଶା କରାଯାଏ।



