
ବରଗଡ଼(ସୁଜିତ୍ ବେହେରା): ୨୨/୧୧ ଗତକାଲି ସ୍ଥାନୀୟ ହୋଟେଲ୍ ଗଣପତି ସମ୍ମିଳନୀ କକ୍ଷରେ ବରଗଡ଼ ଜିଲ୍ଲା ଲାୟନ୍ସ କ୍ଳବ୍ ପକ୍ଷରୁ ଏକ ସ୍ବାଗତ ସମାରୋହ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଡିଷ୍ଟ୍ରିକ ଗଭର୍ଣ୍ଣର ମମତା ଗୌତମ ଙ୍କ ଆଗମନ ରେ ଅନୁଷ୍ଠିତ ସମାବେଶ ରେ ସଂପାଦକ ଅଭୟ କୁମାର ଭୋଇ ଙ୍କ ସଂଯୋଜନାରେ ସଭାପତି ଲାୟନ ମନୋଜ ମହାପାତ୍ର,ଲାୟନ ଓମ୍ ପ୍ରକାଶ ଲାଠ,ଲାୟନ ପ୍ରକାଶ ଅଗ୍ରୱାଲ,ଲାୟନ ପ୍ରଦୀପ ଟାୟଲ,ଲାୟନ ସତିଶ ଗୌତମ ମଞ୍ଚାସିନ ହୋଇ ନିଜ ନିଜ ବକ୍ତବ୍ୟରେ ଲାୟନ୍ସ କ୍ଳବ୍ ର ଜନସେବା ଓ ଅନ୍ୟାନ୍ୟ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ ।
ଲାୟନ ମମତା ଗୌତମ ବରଗଡ଼ ଲାୟନ୍ସ କ୍ଳବ୍ ର ଭୁରି ପ୍ରଶଂସା କରିଥିଲେ।ଭବିଷ୍ୟତରେ ଏହାର କଳେବର ବୃଦ୍ଧି କରିବା ପାଇଁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଙ୍କର୍ଷଣ ମିଶ୍ର, ଡାକ୍ତର ସ୍ବାଧିନ ଶର୍ମା, ମନୋରଞ୍ଜନ ପୂଜାରୀ, ନିବେଦିତା ପୂଜାରୀ, ଅଞ୍ଜନା ଦାସ, ମଲ୍ଲିକାର୍ଜୁନ ରାଓ, ଶୁଶାନ୍ତ ତ୍ରିପାଠୀ, ଅମରଜିତ୍ ସିଂ,ରାମ ଗୋପାଳ ଖଣ୍ଡେଲୱଲ, ବିନୟ ଲାଠ, ବିକାଶ ଅଗ୍ରୱାଲ, ଆୟୁଷ ଗୁପ୍ତା, ମୟଙ୍କ ରଜଖାନୀ,ସଂଜୟ ମିତ୍ତଲ, ଲିଓ ପ୍ରକାଶ ଅଗ୍ରୱାଲ, କିଶୋର ଅଗ୍ରୱାଲ, ସନ୍ତୋଷ ସାୱଡିଆ, ପ୍ରତାପ ନାଏକ,ରାଜ କିଶୋର ପାଣିଗ୍ରାହୀ, ରାଜେନ୍ଦ୍ର ବଲୋଦିଆ ଓ ଆହୁରି ଅନେକ ଲାୟନ୍ସ ସଦସ୍ୟ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ରଞ୍ଜନ ଚାନ୍ଦ ଗୋଠିଆ ଙ୍କୁ ନୂତନ ସଭ୍ୟ ପ୍ରମାଣପତ୍ର ଓ ପିନ୍ ପ୍ରଦାନ କରାଯାଇଥିଲା ।ଶେଷରେ ସଂପାଦକ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
———×××———



