ସମସ୍ତଙ୍କର ନିଜ ରାଜ୍ୟକୁ ଫେରିବାର ଅଧିକାର ଅଛି : ବାଗଚୀ

ବାସ୍ତବ ବ୍ୟୁରୋ-ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଅପଡ଼େଟ ଦେଇ କହିଛନ୍ତି ଯେ କରୋନା ଲଢ଼େଇର ଏହି ପର୍ଯ୍ୟାୟରେ ବାହାରୁ ବହୁ ଓଡ଼ିଆ ଫେରୁଛନ୍ତି । ଦେଶରେ ୨୫ମାର୍ଚ୍ଚରୁ ତାଲାବନ୍ଦ ଘୋଷଣା ହୋଇଥିଲା । ଘରକୁ ଫେରିବା ପାଇଁ ପ୍ରତି ଲୋକର ଆଇନଗତ ଅଧିକାର ଅଛି । ନିଜ ଇଚ୍ଛାରେ ଘରକୁ ଫେରିବାର ବ୍ୟକ୍ତିଗତ ସ୍ୱାଧୀନତାକୁ ଅସ୍ୱୀକାର କରିହେବନି । ମହାସଂକ୍ରମଣ ପୂର୍ବରୁ ପ୍ରବାସୀମାନେ ଓଡ଼ିଶାକୁ ଫେରିବା ଅପେକ୍ଷାକୃତ ଭଲ ।

ଆମ ଦେଶରେ ପ୍ରବାସୀ ଲୋକଙ୍କ ସଂଖ୍ୟା ପ୍ରାୟ ୨୦କୋଟି ଅଛି । ଏମାନଙ୍କ ମଧ୍ୟରୁ ୯୨% ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି । ଆକଳନ ଅନୁସାରେ ୧୨ଲକ୍ଷ ଓଡ଼ିଆ କାମ ପାଇଁ ବାହାରକୁ ଯାଆନ୍ତି । ଅନ୍ୟ ରାଜ୍ୟର ୮ଲକ୍ଷରୁ ଅଧିକ ମଧ୍ୟ କାମ ପାଇଁ ଓଡ଼ିଶାକୁ ଆସନ୍ତି । ଭାରତରେ କର୍ମନିଯୁକ୍ତି ପାଇଁ ସବୁ ଜାଗାରୁ ଅନ୍ୟ ଜାଗାକୁ ଲୋକ ଯାଆନ୍ତି । ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ ଫେରିବାକୁ ଆଇନଗତ ଭାବେ ନିଷେଧ କରାଯାଇପାରିବ ନାହିଁ । ସମସ୍ତଙ୍କର ନିଜ ରାଜ୍ୟକୁ ଫେରିବାର ଅଧିକାର ଅଛି । ଆଜି  ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହା କହିଛନ୍ତି ।

ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି, ଭାରତର ୧୦୦ଟି ପରିବାର ମଧ୍ୟରୁ ୧୬ଟି ପରିବାର ବାହାରକୁ ଯାଆନ୍ତି । ପ୍ରାୟ ୯୨ ପ୍ରତିଶତ ଅଣସଂଗଠିତ କ୍ଷେତ୍ରରେ କାମ କରିଥାନ୍ତି । ତେବେ କିଛି ଲୋକ ଅଭିଯୋଗ ଆଣୁଛନ୍ତି ଯେ, ବାହାର ରାଜ୍ୟରୁ ପ୍ରବାସୀଙ୍କୁ ଆଣିବାର ନ ଥିଲା । କିନ୍ତୁ ମାନବିକତା, ଆଇନଗତ ଓ ବାସ୍ତବତା ଦୃଷ୍ଟିକୋଣରୁ ପ୍ରବାସୀମାନଙ୍କୁ ଆଣିବାର ଯଥାର୍ଥତା ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଂକ୍ରମଣ ଦେଖେନି ସମ୍ପର୍କୀୟ,ମା’ମାନେ ହେଉଛନ୍ତି କରୋନା ଯୋଦ୍ଧା:ସୁଜାତା କାର୍ତ୍ତିକେୟନ୍...

Sat May 9 , 2020
ବାସ୍ତବ ବ୍ୟୁରୋ-ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ କାର୍ତ୍ତିକେୟନ୍ କହିଛନ୍ତି, ମା’ମାନଙ୍କ ହାତରେ ତାଙ୍କର ପରିବାରର ସୁରକ୍ଷା ଦାୟିତ୍ୱ ରହିଛି । ପ୍ରତି ମା’ ହେଉଛନ୍ତି କରୋନା ଯୋଦ୍ଧା । ତେଣୁ କୋଭିଡ-୧୯ ମୁକାବିଲା ସମୟରେ ମା’ ମାନଙ୍କୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ । କରୋନା ଭାଇରସ ଯେପରି ଘରକୁ ନ ଆସିବ ସେଥିପାଇଁ ପରିବାର ଲୋକଙ୍କୁ ସବୁବେଳେ […]

You May Like

Pin It on Pinterest