ଜବାହର ନବୋଦୟ ବିଦ୍ୟାଳୟ ଠାରେ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଟି

କଳାହାଣ୍ଡି ଜିଲ୍ଲା(ସନ୍ତୋଷ ପାତ୍ର)୨୨/୧୧:ନର୍ଲା ବ୍ଳକ୍ ଚପଟ ଖଣ୍ଡା ଠାରେ ଅବସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ସଭାଗୃହ ଠାରେ ବିଦ୍ୟାଳୟ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଯତୀନ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ପିଏମ ଶ୍ରୀ ମାଧ୍ୟମ ରେ ଗ୍ରାମୀଣୀ ଗ୍ରାମସଭା ବିଷୟରେ ଏକ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।

ଏଥିରେ ତ୍ରିସ୍ତରୀୟ ପଞ୍ଚାୟତରାଜ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ଶିକ୍ଷା ସ୍ଵାସ୍ଥ୍ୟ ବିଜୁଳି,ଗମନାଗମନ କୃଷି ଉଦ୍ୟାନ ଭଳି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଅନେକ ଜନହିତକର ଯୋଜନା କିପରି ଭାବରେ ପ୍ରଣୟନ ପାଇଁ ଗ୍ରାମସଭା ମାଧ୍ୟମରେ ପ୍ରସ୍ତାବ ଗୃହୀତ କରାଯାଇ ଅନୁମୋଦନ ପାଇଁ ପ୍ରେରଣ କରାଯାଇଥାଏ ଓ ତାର ପରବର୍ତ୍ତୀ ସମୟରେ ସମସ୍ତ ପ୍ରସ୍ତାବ ବିକାଶ ମୁଖି କର୍ଯ୍ୟରେ ସଫଳ ରୂପାୟନ ହୋଇଥାଏ ସେ ନେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଗ୍ରାମସଭା ସମ୍ମନ୍ଧିତ ଅଧିକାରୀ କର୍ମଚାରୀ ଓ ବିଭିନ୍ନ ବର୍ଗର ଗ୍ରାମବାସୀ ଗୋଷ୍ଠୀ ସମୂହ ମାନଙ୍କ ଅଭିନୟ ନିଖୁଣ ଭାବରେ ପ୍ରତିପାଦନ କରିଥିଲେ।

ଏହା ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟ ତ ପାଇଁ ସହାୟକ ହେବ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତନୁଜା ହରିପାଳ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁମନ ସରୋଜ, ଦେବେନ୍ଦ୍ର କୁମାର ବାରିକ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ମଞ୍ଚ।ଶିନ ଥିଲେ ଏବଂ ମଞ୍ଚ ପରିଚାଳନା ରେ ସତିଶ୍ କୁମାର, ଓ ସୁନିଲ କୁମାର ମେହେର, ସିମାଲାଲ ଧିମାନ, ପ୍ରୀୟବାନା ମୂରଲୀ କ୍ରିସ୍ନା ପରିଚାଳନାରେ ସହଯୋଗ କରିଥିଲେ ।

ସେୟାର କରନ୍ତୁ

Next Post

ଚତୁର୍ଥ ମାଁ ପଁରରାପାଟ ଯାତ୍ରା ମହୋତ୍ସବରେ ସଂଘମିତ୍ରା ଗୃପ ସମ୍ମାନିତ

Sun Nov 23 , 2025
ବରଗଡ଼/ବିଜେପୁର (ନିରଂଜନ ତ୍ରିପାଠୀ):୨୨/୧୧ ବରଗଡ଼ ଜିଲ୍ଲା ବିଜେପୁର ନିକଟସ୍ଥ ଜାଲପାଲି ଠାରେ ସଭାପତି ବିନୋଦ ମେହେର, ସଂପାଦକ ନରେଶ ମେହେର ଓ ଜାଲପାଲି ଗ୍ରାମବାସୀ ଙ୍କ ଦ୍ଵାରା ଚତୁର୍ଥ ମାଁ ପଁରରାପାଟ ଯାତ୍ରା ମହୋତ୍ସବ ଧୂମଧାମରେ ଶାନ୍ତି ଶୃଙ୍ଖଳାରେ ଆଗେଇ ଚାଲିଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ବରଗଡ ର ଅଗ୍ରଣୀ ସମାଜସେବୀ ସଂଗଠନ ସଂଘମିତ୍ରା ଗୃପ କୁ ସମ୍ମାନିତ କରାଯାଇଥିଲା ।ଗତ ୧୮ ତାରିଖ ରୁ ଆରମ୍ଭ ହେଇଥିବା ଏହି […]

You May Like

Pin It on Pinterest