ଚତୁର୍ଥ ମାଁ ପଁରରାପାଟ ଯାତ୍ରା ମହୋତ୍ସବରେ ସଂଘମିତ୍ରା ଗୃପ ସମ୍ମାନିତ

ବରଗଡ଼/ବିଜେପୁର (ନିରଂଜନ ତ୍ରିପାଠୀ):୨୨/୧୧ ବରଗଡ଼ ଜିଲ୍ଲା ବିଜେପୁର ନିକଟସ୍ଥ ଜାଲପାଲି ଠାରେ ସଭାପତି ବିନୋଦ ମେହେର, ସଂପାଦକ ନରେଶ ମେହେର ଓ ଜାଲପାଲି ଗ୍ରାମବାସୀ ଙ୍କ ଦ୍ଵାରା ଚତୁର୍ଥ ମାଁ ପଁରରାପାଟ ଯାତ୍ରା ମହୋତ୍ସବ ଧୂମଧାମରେ ଶାନ୍ତି ଶୃଙ୍ଖଳାରେ ଆଗେଇ ଚାଲିଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ବରଗଡ ର ଅଗ୍ରଣୀ ସମାଜସେବୀ ସଂଗଠନ ସଂଘମିତ୍ରା ଗୃପ କୁ ସମ୍ମାନିତ କରାଯାଇଥିଲା ।
ଗତ ୧୮ ତାରିଖ ରୁ ଆରମ୍ଭ ହେଇଥିବା ଏହି ମହୋତ୍ସବରେ
ଦେବକୀ ବସୁଦେବ ବିବାହ,କୃଷ୍ଣ ଜନ୍ମ ଠାରୁ କଂସବଧ ପର୍ଯ୍ୟନ୍ତ
ତଥା ଝାଙ୍କର ବରଣ, ଉଗ୍ରସେନ ଦରବାର ଆଦି ନାଟ୍ୟାଭିନୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ।
ଏହି କାର୍ଯ୍ୟକ୍ରମରେ ଅନେକ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସଂଘମିତ୍ରା ପଟେଲ ଓ ତାଙ୍କ ଗୃପକୁ ସ୍ବତନ୍ତ୍ର ଭେବେ ସମ୍ମାନିତ କରାଯାଇଥିବାରୁ ଆଗକୁ ସେବା କରିବା ପାଇଁ ଏହି ସମ୍ମାନ ପ୍ରେରଣା ଯୋଗାଇବ ବୋଲି ଶ୍ରୀମତୀ ପଟେଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

ସେୟାର କରନ୍ତୁ

Next Post

ନୂଆପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ 'ସର୍ଗିଫୁଲ' ଉଦଘାଟିତ....

Wed Nov 26 , 2025
ନୂଆପଡା(ବା.କ)୨୫/୧୧:ନୂଆପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଘାଟିତ ହୋଇଯାଇଛି।ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ନୂଆପଡ଼ା ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦାନ କରିଥିଲେ।ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସଭାପତିତ୍ବ କରିଥିଲେ।ମାନ୍ୟବର ବିଧାୟକ, ନୂଆପଡ଼ା,ଜୟ ଢୋଲକିଆ,ପ୍ରେମ […]

You May Like

Pin It on Pinterest