ନୂଆପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ’ ଉଦଘାଟିତ….

ନୂଆପଡା(ବା.କ)୨୫/୧୧:ନୂଆପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଘାଟିତ ହୋଇଯାଇଛି।ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ନୂଆପଡ଼ା ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦାନ କରିଥିଲେ।ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସଭାପତିତ୍ବ କରିଥିଲେ।ମାନ୍ୟବର ବିଧାୟକ, ନୂଆପଡ଼ା,ଜୟ ଢୋଲକିଆ,ପ୍ରେମ ଅଗ୍ରୱାଲ, ମାନ୍ୟବର ସାଂସଦ ପ୍ରତିନିଧି, କଳାହାଣ୍ଡି, ଉଦୟ ସିଂ ମାଝୀ, ଜିଲ୍ଲା ଶିକ୍ଷା ନିରୀକ୍ଷକ, କଳାହାଣ୍ଡି ଓ ନୂଆପଡା ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ସମାରୋହରେ ଉତ୍ସାହିତ କରିଥିଲେ ।

ଏହା ସହିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ୨ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ୪୮ ଗୋଟି ବିଦ୍ୟାଳୟ ରୁ ୬୦୩ ଜଣ ପ୍ରତିଯୋଗୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ୨୬ ତାରିଖ ସନ୍ଧ୍ୟା ୬.୩୦ ଘଣ୍ଟା ସମୟରେ ଏହି ଉତ୍ସବ ଉଦଯାପିତ ହେବ ।

ସେୟାର କରନ୍ତୁ

Next Post

ସାଂସ୍କୃତିକ ବିକାଶ ସଂଘ,ସେକ୍ଟର ‌-୧୩ ର ସମାଜ କଲ୍ୟାଣ କାର୍ଯ୍ୟକ୍ରମ...

Wed Nov 26 , 2025
କଟକ(ବା.କ):ସାଂସ୍କୃତିକ ବିକ ବିକାଶ ସଂଘ, ସେକ୍ଟର -୧୩, କଟକ, ବିଗତ ବର୍ଷ ଗୁଡିକରେ ବିଭିନ୍ନ ସାଂସ୍କୃତିକ, ଧାର୍ମିକ, ସାମାଜିକ ଓ ସେବା ମୂଳକ କାର୍ଯ୍ୟ ନିରନ୍ତର ଭାବେ ଆୟୋଜନ କରି ସେକ୍ଟର -୧୩ ଅଧିବାସୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସୃଷ୍ଟି କରିଛି। ପ୍ରତି ବର୍ଷ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ବରିଷ୍ଠ ନାଗରିକ ମାନଙ୍କ ଯୋଗ ଶିବିର,ସରସୁତୀ ପୂଜା, ହନୁମାନ ଜୟନ୍ତୀ ଉପଲକ୍ଷେ ପଣା ବିତରଣ, ଗରିବ ଓ ନିରାଶ୍ରୟ […]

You May Like

Pin It on Pinterest