କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା

କଟକ(ବାସ୍ତବ କଥା): ଆଜି କଟକ ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ପୁଣି ଏକ ସଫଳତା ତଥା ମଦ ନୁହେଁ ଜୀବନ ସଚେତନତା ବାର୍ତ୍ତା ଉଲଂଘନକାରୀ ଙ୍କୁ ଜବରଦସ୍ତ ଧକ୍କା।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଚୋରା ମଦ କାରବାର କୁ ଚଢ଼ାଉ କରିବା ସହ ଚୋରା ମଦ ଚାଲାଣ ଓ ପ୍ରସ୍ତୁତକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଠଗଡ଼ ଅବକାରୀ ଥାନା ର ଭାର ପ୍ରାପ୍ତ ନିରୀକ୍ଷକ ଶ୍ରୀ ରବିନାରାୟଣ ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧୂକ୍ଷକ ଙ୍କ ନିର୍ଦ୍ଦେଶକୁ ଆଧାର କରି ନିରୀକ୍ଷକ ଶ୍ରୀ ପ୍ରଧାନ ଖୁଣ୍ଟୁଣୀ ଥାନା ଅଧୀନରେ ଥିବା ଡାଳୁଅ,ଖଣ୍ଡୁଆଳି,ଓ କଅଁସର ଅଞ୍ଚଳ ର ସଂରକ୍ଷିତ ଜଙ୍ଗଲରେ ସଦଳବଳେ ଚଢ଼ାଉ କରି ୧୯୨୫ ଲିଟର ଦେଶୀମଦ ସହ ୧୩୯୬୫ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ଗୁଡ଼ ପୋଚ ଜବତ କରି ନଷ୍ଟ କରିବା ସହ ବିହାର-ଓଡିଶା ଅବକାରୀ ଆଇନ ୪୭ ଧାରା ଅନୁଯାୟୀ ୬ ଗୋଟି ମାମଲା ରୁଜ୍ଜୁ କରିଛନ୍ତି।ଜବତ ହୋଇଥିବା ଚୋରା ମଦ ଓ ପ୍ରସ୍ତୁତ ସାମଗ୍ରୀ ଚଳିତ ବର୍ଷ ର ଏକ ରେକର୍ଡ଼ ବୋଲି ଆକଳନ କରାଯାଏ।

ଏହି ଚଢାଉ ରେ ନିରୀକ୍ଷକ ଶ୍ରୀ ପ୍ରଧାନ ଙ୍କ ସହ କଟକ ଜିଲ୍ଲା ଭ୍ରାମ୍ୟମାଣ ଦଳର ଅବକାରୀ ନିରୀକ୍ଷକ ଶ୍ରୀ ବି.ବି.ବର୍ମା, ବାଙ୍କୀ ଉପଖଣ୍ଡ ର ଅବକାରୀ ଉପ-ନିରୀକ୍ଷକ ଶ୍ରୀ ବିଶ୍ଵଜିତ ଆରୁଖ, ଆଠଗଡ଼ ଅବକାରୀ ଥାନା ର ଉପ-ନିରୀକ୍ଷକ ଶ୍ରୀ ସୈ।ମ୍ଯରଞ୍ଜନ ମାଝୀ, କଟକ ଜିଲ୍ଲା ଅବକାରୀ ବିଭାଗର ସଦର-୩ ର ଅବକାରୀ ଉପ-ନିରୀକ୍ଷକ ରାକେଶ କୁମାର ପଟେଲ, ଅବକାରୀ ଉପ-ନିରୀକ୍ଷକ ଶ୍ରୀ ଅକ୍ଷୟ କୁମାର ଜେନା, ଖୁଣ୍ଟୁଣୀ ଥାନା ର ବରିଷ୍ଠ ଅଧିକାରୀ ଓ ଖୁଣ୍ଟୁଣୀ ଥାନା ବନବିଭାଗ ର ଅଧିକାରୀ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଚୋରା ମଦ କାରବାର ଦିଗରେ ଏହି ଭଳି ଚଢ଼ାଉ ଜାରି ରହିବ ବୋଲି କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ଓଡ଼ିଶାର ହସ୍ତତନ୍ତ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟ...

Thu Dec 4 , 2025
ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୬ ଜଣ ଡ୍ରେସ୍ ଡିଜାଇନରଙ୍କ ସହ ୨୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଫ୍ୟାସନ ଶୋ’ ସହିତ ସୁଫି ଓ ଓଡିଶୀ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଓଡିଶାର ଲୋକମାନେ ପୂର୍ବରୁ ପରିଧାନ କରୁଥିବା ବିଭିନ୍ନ କିସମର ହସ୍ତତନ୍ତ ପୋଷାକକୁ ନୂଆ ଢଙ୍ଗରେ ପ୍ରସ୍ତୁତ କରି ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ […]

You May Like

Pin It on Pinterest