ସଖୀ ୱାନ ଷ୍ଟପ ସେଣ୍ଟର୍ ତରଫରୁ ଲିଙ୍ଗଗତ ଭେଦଭାବ ଓ ମହିଳା ହିଂସା ଦୁରିକରଣ କାର୍ଯ୍ୟକ୍ରମ

କଟକ(ସଂଜୟ ଶତପଥୀ): ସଖୀ ୱାନ ଷ୍ଟପ ସେଣ୍ଟର୍ ତରଫ ରୁ ସମାଜରୁ ଲିଙ୍ଗଗତ ଭେଦଭାବ ତଥା ମହିଳା ହିଂସା ଦୂରୀକରଣ ନିମନ୍ତେ ଆନ୍ତର୍ଜାତୀୟ ସ୍ଥରରେ ପାଳିତ ୧୬ ଦିନିଆ କାର୍ଯ୍ୟକ୍ରମର ଅନ୍ତିମ ଦିନ ଉପଲକ୍ଷେ ଏସ.ସି.ବି ମେଡ଼ିକାଲ ର ମାନସିକ ବିଭାଗ ସମ୍ମୁଖରେ ମାନବାଧିକାର ଦିବସ ଜିଲ୍ଲା ପ୍ରଶାସନ ର ସହୟତାରେ ପାଳନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ମାନସିକ ବିଭାଗ ର ନିର୍ଦ୍ଦେଶକ ପ୍ରଫେସର ଡ଼ା.ଅଜୟ ମିଶ୍ର , ଆଇନ ସେବା ସଂସ୍ଥା କ୍ଲାପ୍ ର ଆଇନଜୀବି ଡ଼.ସଦାନନ୍ଦ୍ ବାଗ ମମତା ଶକ୍ତି ସଦନ ର କର୍ମକର୍ତ୍ତା ତଥା ଆୟିନ ସେବା ପ୍ରାଧିକରଣ ର ସଦସ୍ୟ ମନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ମାନବ ଶୃଙ୍ଖଳ ତିଆରି କରାଯାଇ ସମାଜ ରେ ମାନବାଧିକାର ର ପ୍ରସାର ଓ ସହଭାଗିତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ସମସ୍ତଙ୍କ ମାନବାଧିକାର ର ସୁରକ୍ଷା ଓ ସମ୍ମାନ ନିମନ୍ତେ ଏକ ଶପଥ ପାଠ କରା ଯାଇଥିଲ।

ଏହି କାର୍ଯ୍ୟକ୍ରମ ରେ ଡ. ସଦାନନ୍ଦ ବାଗ ମାନବାଧିକାର ଦିବସ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ଡ. ଅଜୟ ମିଶ୍ର ସମାଜ ରେ ହେଉଥିବା ଅନ୍ୟାୟ ଓ ଅନୀତି କୁ ବିରଧକରି କିପରି ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ବିଷୟ ରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଖୀ ର ଆଇନ ଜୀବି ବିଜୟ ମିଶ୍ର ସଖୀ କେନ୍ଦ୍ର ଦ୍ବାରା ମିଳୁଥିବା ଆଇନ ସେବା ଗୁଡିକ ଉପରେ ଜନ ସାଧାରଣ ଙ୍କୁ ଅବଗତ କରାଇ ଥିଲେ।

ଆଇ. ଏସ . ଡି ର ପ୍ରଯୋଜିକା ବୀଣାପାଣି ମଲ୍ଲିକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲା ବେଳେ ସଖୀ ର କାଉନସିଲର ତନ୍ମୟୀ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଅଙ୍ଗୁଳ।ଇ ମିନି ଷ୍ଟାଡିୟମ୍ ଠାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠତ...

Thu Dec 11 , 2025
କେନ୍ଦ୍ରାପଡ଼ା(ବାସ୍ତବ କଥା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳ।ଇ ପଞ୍ଚାୟତ ଅଙ୍ଗୁଳ।ଇ ମିନି ଷ୍ଟାଡିୟମ୍ ଠାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠତ ହୋଇଥିଲା। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାର ଉପ ଜିଲ୍ଲାପାଳ , ସାଂସଦ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଭପତି ଶଶାଙ୍କ ଶେଖର ସେଠୀ, ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ ସଂଯୋଜିକ ରାଜଲକ୍ଷ୍ମୀ ଦାସ […]

You May Like

Pin It on Pinterest