
କେନ୍ଦ୍ରାପଡ଼ା(ବାସ୍ତବ କଥା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳ।ଇ ପଞ୍ଚାୟତ ଅଙ୍ଗୁଳ।ଇ ମିନି ଷ୍ଟାଡିୟମ୍ ଠାରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠତ ହୋଇଥିଲା। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାର ଉପ ଜିଲ୍ଲାପାଳ , ସାଂସଦ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଭପତି ଶଶାଙ୍କ ଶେଖର ସେଠୀ, ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ ସଂଯୋଜିକ ରାଜଲକ୍ଷ୍ମୀ ଦାସ , ବରିଷ୍ଠ ସମାଜସେବୀ ଗଗନ ବିହାରୀ ମନ୍ତ୍ରୀ , ସଭାପରିଚାଳନା କରିଥିଲେ ସମାଜସେବୀ ଭଗବାନ ସାହୁ କରିଥିଲେ।
ଉପସ୍ଥିତ ଥିଲେ ଜିଲ୍ଲା କୋଷାଧ୍ୟକ୍ଷ ପ୍ରତିମା ନାୟକ , ଅଙ୍ଗୁଲାଇ ପଞ୍ଚାୟତ ସଭାପତି ବାଇଧର ରାଉତ , ଚିତ୍ତରଞ୍ଜନ ଚୌଧୁରୀ, ମଣ୍ଡଳ ପ୍ରତିନିଧି ପ୍ରଭାତ ଦାସ , ଗଙ୍ଗାଧର ମନ୍ତ୍ରୀ , ବିଜୟ ମନ୍ତ୍ରୀ, ପୂର୍ବତନ ଜିଲ୍ଲା ଓବିସି ମୋର୍ଚା ସମ୍ପାଦକ ସିଲୁ ପ୍ରସାଦ ମହାରଣା ,ଗୋଲକ ସାମଲ, ଦିବାକର ପାତ୍ର, ଅନନ୍ତ ରାଉତ, ଦୀନବନ୍ଧୁ ମଲିକ, ଦେବ ପ୍ରସାଦ ମଲିକ, କୁହୁଡି ପଂଚାୟତ ସଭାପତି କାହୁଁ ପରିଡ଼ା, ଗାୟଚାନ୍ଦ ପରିଡ଼ା, ନିଗମାନନ୍ଦ ରଥ, ପ୍ରସନ୍ନ ସାହୁ, ସସ୍ମିତା ସାମଲ, ଅରବିନ୍ଦ ରାଉତ, ରଞ୍ଜିତ ସ୍ୱାଇଁ, ଉତ୍ତମ ଲେଙ୍କା, ଦିସପୁର ସରପଞ୍ଚ ନିତ୍ୟାନନ୍ଦ ଜେନା, ସାର୍ଥକ ପରିଜା , ସଂଜନ ଓଝା ପ୍ରମୁଖ କର୍ଯ୍ୟକାର୍ତା ଯୋଗ ଦେବା ସହିତ ବ୍ଲକର ବିଭିନ୍ନ ସ୍କୁଲ ଏବଂ କଲେଜ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଏହି ଖେଳ ମହୋତ୍ସବକୁ ସଫଳ କରିଥିଲେ।



