
ଜଗତସିଂହପୁର(ସଂଗ୍ରାମ ପଟ୍ଟନାୟକ): ଜଗତସିଂହପୁର ଜିଲ୍ଲା ରେ ଦିନକୁ ଦିନ ଧଳା ଜହର ର ମାଫିଆ ମାନଙ୍କ ଆତଙ୍କ ବଢ଼ିବାରେ ଲାଗିଛି ଜାହାପାଇ ଯୁବ ସମାଜ ବିପଥ ଗାମୀ ହୋଇ ପଥ ଭ୍ରଷ୍ଟ ହୋଇ ଦିନକୁ ଦିନ ଚୋରି ଡକାୟତି ହିଂସା ଦାଦାଗିରି ଲୁଟ ରିତିମତେ ବଢ଼ିଚାଲିଛି।
ଜାହାକୁ ନେଇ ଜଗତସିଂହପୁର ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ବ୍ୟବସାୟୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ବର୍ତମାନ ଜଗତସିଂହପୁର ଅବକାରୀ ବିଭାଗ ର କ୍ରମାଗତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କରୁଥିବା ବେଳେ ଅନ୍ୟପଟେ ଜଗତସିଂହପୁର ଥାନା ସଦର ମହକୁମା ଚର୍ଚ୍ଚିକା ବଜାର ପ୍ରାଇମେରୀ ବିଦ୍ୟାଳୟ ନିକଟରେ ଧଳା ଜହର ନେଇ ସମିର ସାହାଣୀ ନାମକ ଜଣେ ବ୍ୟକ୍ତି ଯାଉଥିବା ବେଳେ ଅବକାରୀ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ଅଚାନକ ଭାବେ ଅବକାରୀ ବିଭାଗ ଇନସ୍ପେକ୍ଟର ପ୍ରଭାସ କୁମାର ଚୌଧୁରୀ ଅବକାରୀ ମୋବାଇଲ ଟିମ ଙ୍କ ନେତୃତ୍ବରେ ଏ ଏସ ଆଇ ସନ୍ତୋଷ ନାୟକ,ପିଙ୍କି ରଞ୍ଜନ ରାଉତରାୟ, କନେଷ୍ଟବଳ ସୁକାନ୍ତ ମାଝୀ, ସବିତା ନାୟକ,ବିସ୍ବରଞନ ସ୍ବାଇଁ, ଏବଂ ଗାଡ଼ି ଡ଼୍ରାଇଭର ମିଳିତ ଭାବେ ଘେରି ଜାଇ ସମିର ସାହାଣୀ କୁ ମାଡି ବସିଥିଲେ।
ଉକ୍ତ ବ୍ୟକ୍ତି ଙ୍କ ଠାରୁ ୫୩ ଗ୍ରାମର ଧଳା ଜହର ।ଜାହାର ମୁଲ୍ୟ ଆନୁମାନିକ ଭାବେ ୫ଲଖ୍ୟ/୩ ହଜାର ବଜାର ମୁଲ୍ୟ ହେବ ତା ସହିତ ଗୋଟିଏ ମୋବାଇଲ ଫୋନ୍ ଜବତ୍ କରିବା ସହିତ ଅବକାରୀ ସେଲରେ ରଖି ପଚରାଉଚରା ପରେ ସମିର ସାହାଣୀ ନାମରେ ମାମଲା ରୁଜୁ କରି ଜଗତସିଂହପୁର କୋଟ ରେ ହାଜର କରିଥିଲେ କୋଟ ରେ ବେଲ ନ ହେବାରୁ ସମିର କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ବୋଲି ଅବକାରୀ ବିଭାଗ ପକ୍ଷରୁ ସୁଚନା ମିଳିଛି ।



