
ଜଗତସିଂହପୁର(ବାସ୍ତବକଥା): ଜଗତସିଂହପୁର ଥାନା ସଦର ସଅଁରା ଆରଟିଓ ଛକ ନିକଟରେ ପୁରି ଜିଲ୍ଲା ନିମାପଡ଼ା ଅଞ୍ଚଳ ର ଲିପୁ ଲେଙ୍କା ପାରାଦୀପ ବନ୍ଦର ଅଞ୍ଚଳରେ ଏକ କମ୍ପାନୀ ରେ କାର୍ଯ୍ୟରତ ଥିବା କହି ସ୍ତ୍ରୀ ସହିତ ଜଣଙ୍କ ଘରେ ଭଡ଼ା ରହୁଥିବା ବେଳେ,ଘରଭଡା କୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା।
ସେହିଦିନ ସନ୍ଧ୍ୟା ସମୟରେ ଘରେ ଅଚାନକ ଭାବେ ଲିପୁ ଲେଙ୍କା ଫୋନ କରି କବାଟ ଖୋଲିବାକୁ କହିଥିଲେ।ଘର ଖୋଲିବା ପରେ ପୁର୍ବ ରାଗ ରଖି ହଠାତ୍ ଏକ ଛୁରୀ ବାହାରକରି ଘରମାଲିକ କୁ ଅନେକ ବାର ଛୁରିରେ ମରଣାନ୍ତକ ଆକ୍ରମଣ କରି ଲିପୁ ଲେଙ୍କା ସ୍ତ୍ରୀ କୁ ସାଥିରେ ଧରି ଘଟଣା ସ୍ଥଳରୁ ଫେରାର ହୋଇଜାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଘରମାଲିକ ଉଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିା ପରେ ଜଗତସିଂହପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଜାହାକୁନେଇ ଜଗତସିଂହପୁର ପୋଲିସ ଏକ ମାମଲା ରୁଜୁ କରି,ଲିପୁ ଲେଙ୍କା ଓ ତାଙ୍କ ସ୍ତ୍ରୀ କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଲିପୁ ଲେଙ୍କା ଓ ତାଙ୍କ ସ୍ତ୍ରୀ ବିଭିନ୍ନ ଜିଲ୍ଲାରେ ନିଜ ବନ୍ଧୁବାନ୍ଧବ ଙ୍କ ଘରେ ଦିନବଦଳେଇ ରହୁଥିବା ଖବର ପାଇଁ ଜଗତସିଂହପୁର ପୋଲିସ ଫୋନ ଟ୍ରାପ କରି ଲିପୁ ଲେଙ୍କା କୁ ଧରିଥିଲେ।
ଅନ୍ୟପଟେ କାଦୁଅ ପଡା ଅଞ୍ଚଳ ର ହିନ୍ଦୁ ଘରର ଜଣେ ନାବାଳିକା ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ ପରେ ଜଗତସିଂହପୁର ଥାନା ପୋଲିସ ଘଟଣା ର ତଦନ୍ତ ପରେ ଜାଣିବାକୁ ପାଇଥିଲେ ମୁର୍ଶିଦାବାଦ କାଜିପୁର ଗାଁର ଓକିଲ ସେଖ ଓ ତାଙ୍କ ପୁଅ ଦିର୍ଘ ବର୍ଷ ଧରି କାଦୁଅ ପଡା ଅଞ୍ଚଳରେ ପାଇପ୍ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା।ସୋୟେବ ସେଖ ଓ କାଦୁଅ ପଡା ଅଞ୍ଚଳ ର ନିଖୋଜ ନାଁ ବାଳିକ ସହିତ ପ୍ରେମ୍ ସମ୍ପର୍କ ଥିଲା ଜାହାକୁ ନେଇ ସୋୟେବ ସେଖ ନିଜ ଘରକୁ ପଳାଇଜାଇ ନାଁ ବାଳିକା କୁ ଫୋନ୍ କରି ଘରୁ ପଳେଇ ଆସିବାକୁ ବାଧ୍ୟ କରିଥିବା ବେଳେ ନାଁ ବାଳିକା ଏକୁଟିଆ ଘରୁପଳାଇ ହାଓଡ଼ା ଷ୍ଟେସନ ରେ ଓଲ୍ହାଇ ଥିବା ବେଳେ ସୋୟେବ ନିଜ ଘରକୁ ନେଇ ଜାଇଥିଲା।
ଦୁଇଟି ମାମଲା କୁ ନେଇ ଜଗତସିଂହପୁର ଜିଲ୍ଲା ଏସପି ଅଙ୍କିତ କୁମାର ବର୍ମା ଙ୍କ ନିର୍ଦ୍ଦେଶ କର୍ମେ ଜଗତସିଂହପୁର ଥାନା ଏସଡିପିଓ ଙ୍କ ସହିତ ସଦର ଥାନା ଆଇଆଇସି ସରୋଜ କାନ୍ତ ସାମଲ ଆଡସ୍ନାଲ ଆଇଆଇସି ଚିନ୍ମୟ ପାଣି ଏକ ଟିମ୍ କୁ ଅଭିଯୁକ୍ତ ମାନଙ୍କର ଫୋନ୍ ଲୋକେସନ ଟ୍ରାପ କରି ଗୋଟେ ଟିମ୍ ନାଁ ବାଳିକା କୁ ଉଧାର କରିବାକୁ ଜାଇ ସଦର ଥାନା ପୋଲିସ ସହଯୋଗରେ ମୃର୍ସିଦାବାଦ ଅଞ୍ଚଳ କାଜିପୁର ଗ୍ରାମରେ ସୋୟେବ ସେଖ ଙ୍କ ଘରେ ଅଚାନକ ଚଢ଼ାଉ କରି ନାଁ ବାଳିକା କୁ ଉଧାର କରିଥିବା ବେଳେ ସୋୟେବ ଖାନ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ବାପା ଓକିଲ ସେଖ କୁ ମାଡି ବସିଥିଲେ ଏବଂ ଜଗତସିଂହପୁର ଥାନା କୁ ଆଣୀ ପଚରାଉଚରା ପରେ ଜାଣିବାକୁ ପାଇଥିଲେ ନାଁ ବାଳିକା କୁ ଧର୍ମ ପରିବର୍ତନ କରିବାକୁ ବାଧ୍ୟ କରିବା ସହିତ ଝିଅକୁ ବାହାଘର କରିବାକୁ ପିଡିତା ର ପରିବାର କୁ ଜିବନ ରୁ ମାରିଦେବା କୁ ବାପା କୁ ଧମକ ଦେଇଥିଲେ।
ଅନ୍ୟପଟେ ସଅଁରା ଆରଟିଓ ଛକ ନିକଟରେ ଘର ମାଲିକ କୁ ଛୁରିରେ ମରଣାନ୍ତକ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତ ଲିପୁଖାନ କୁ ଧରି ଜଗତସିଂହପୁର ଥାନା ରେ ଅଟକ ରଖି ପଚରାଉଚୁରା ଜାରୀ ରହିଥିବା ବେଳେ ଅନ୍ୟପଟେ ଜିଲ୍ଲା ଏସପି ଅଙ୍କିତ କୁମାର ବର୍ମା ଙ୍କ ନିର୍ଦେଶ କର୍ମେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।



