ସିନାପାଲି ବ୍ଲକ୍ କେନ୍ଦୁମୁଣ୍ଡା କ୍ଲଷ୍ଟରରେ ସୁରଭୀ ଶିଶୁ ମହୋତ୍ସବ…

ନୁଆପଡା/ସିନାପାଲି(ବାସ୍ତବ କଥା):ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ୍ ଅନ୍ତର୍ଗତ କେନ୍ଦୁମୁଣ୍ଡା କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦୁମୁଣ୍ଡା ପରିସରରେ ବହୁ ଆନନ୍ଦ,ଉତ୍ସାହର ମଧ୍ୟରେ“ସୁରଭୀ ଶିଶୁ ମହୋତ୍ସବ” ଅନୁଷ୍ଠିତ ହୋଇଯାଇଛି।

କ୍ଲଷ୍ଟର ସମନ୍ଵୟକାରୀ ମହେନ୍ଦ୍ର ବାଗଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଆୟୋଜିତ ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ବିପୁଳ ସଂଖ୍ୟାରେ ଅଂଶଗ୍ରହଣ କରି ମହୋତ୍ସବକୁ ମଧୁରତାରେ ପୁର୍ଣ୍ଣ କରିଥିଲେ।ଏବଂ ଏହି କାର୍ଯ୍ୟକ୍ରମ କୁ ଯାମପାଣି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋତିଲାଲ ବାଗ ବହୁତ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥ୍‌ ଭାବରେ ବି ଇ ଓ ସିନାପାଲି ଯତୀନ କୁମାର ସେଠ, ଏବଂ ମୁଖ୍ୟ ବକ୍ତା ଭାବରେ ଏ ବି ଇ ଓ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ହୋଇ ଶିକ୍ଷାର ଗୁଣାତ୍ମକ ଉନ୍ନତି, ଶିଶୁମାନଙ୍କ ସକ୍ଷମତା ବିକାଶ ଓ ସହପଠନ ମାଧ୍ୟମରେ ଗଢ଼ିଉଠୁଥିବା ସୃଜନଶୀଳତା ବିଷୟରେ ଉଦ୍ବୋଧନ କରିଥିଲେ।ମହୋତ୍ସବରେ ଶିଶୁମାନେ ଏକାଧୂକ ସୃଜନଶୀଳ ଓ ପ୍ରତିଯୋଗିତା ଜ୍ଞାନମୂଳକ ଥିଲା।ବକ୍ତୃତା, ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର, ପରିଚ୍ଛେଦ ଲେଖନ, ଗଣିତ କ୍ରିଜ୍, ଗଣିତ ରେସ୍, ପି ଏମ ପୋଷଣ, ଆର୍ଟ ଏଣ୍ଡ କ୍ରାଫ୍ଟ ଇତ୍ୟାଦିରେ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।

ବିଭିନ୍ନ ଶ୍ରେଣୀରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ,ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି ଆୟୋଜନରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଏକତ୍ରିତ ଭାବେ ସହଯୋଗ କରିଥିଲେ।ଶେଷରେ ବିଦିତ ନାରାୟଣ ସିପ୍ରା ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ୟକ୍ରମର ସମାପନ କରିଥିଲେ।

ସେୟାର କରନ୍ତୁ

Next Post

ନୂଆପଡା ଜିଲ୍ଲାପାଳଙ୍କ କୃଷି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା

Sat Dec 13 , 2025
ଜିଲ୍ଲାର ପ୍ରତି ପଞ୍ଚାୟତରେ ଆରମ୍ଭ ହେବ ଆଦର୍ଶ କୃଷି ଗ୍ରାମ – ଜିଲ୍ଲାପାଳ ନୂଆପଡ଼ାକୁ(ବାସ୍ତବ କଥା):ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ କରି ବିଭାଗର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ। ଆଜିର ବୈଠକରେ ଜିଲ୍ଲାରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଏକ […]

You May Like

Pin It on Pinterest