ସଂକ୍ରମଣ ଦେଖେନି ସମ୍ପର୍କୀୟ,ମା’ମାନେ ହେଉଛନ୍ତି କରୋନା ଯୋଦ୍ଧା:ସୁଜାତା କାର୍ତ୍ତିକେୟନ୍…

ବାସ୍ତବ ବ୍ୟୁରୋ-ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ କାର୍ତ୍ତିକେୟନ୍ କହିଛନ୍ତି, ମା’ମାନଙ୍କ ହାତରେ ତାଙ୍କର ପରିବାରର ସୁରକ୍ଷା ଦାୟିତ୍ୱ ରହିଛି । ପ୍ରତି ମା’ ହେଉଛନ୍ତି କରୋନା ଯୋଦ୍ଧା । ତେଣୁ କୋଭିଡ-୧୯ ମୁକାବିଲା ସମୟରେ ମା’ ମାନଙ୍କୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ । କରୋନା ଭାଇରସ ଯେପରି ଘରକୁ ନ ଆସିବ ସେଥିପାଇଁ ପରିବାର ଲୋକଙ୍କୁ ସବୁବେଳେ ପରାମର୍ଶ ଦେବାକୁ ପଡ଼ିବ ‌।

ମହିଳାମାନେ ରାଜ୍ୟ ବାହାରୁ ଆସୁଥିବା ସେମାନଙ୍କର ପୁଅ, ଭାଇ ଅଥବା ସଂପର୍କୀୟମାନଙ୍କୁ ଘରେ ପ୍ରବେଶ ନ ଦେଇ ସରକାରୀ ସଂଗରୋଗ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଅନ୍ତୁ । କାରଣ ସେମାନେ ଘରକୁ ପ୍ରବେଶ କଲେ ଅନ୍ୟମାନଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି । ସେହିପରି ମା’ମାନେ ନିଜର ପ୍ରିୟଜନଙ୍କୁ ଦେଖା କରିବା ପାଇଁ ସଂଗରୋଧ କେନ୍ଦ୍ରକୁ ଯାଆନ୍ତୁ ନାହିଁ । ପରିବାର ଲୋକଙ୍କୁ ମଧ୍ୟ ସେଠାକୁ ଯିବାକୁ ଦିଅନ୍ତୁ ନାହିଁ । ନିଜର ସଂପର୍କୀୟମାନଙ୍କୁ ଫୋନ କରି କହନ୍ତୁ, ସେମାନେ ଯେପରି ଲୁଚିକରି ଘରକୁ ନ ଆସିବେ । ସଂଗରୋଧ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ନିୟମ ପାଳନ କରନ୍ତୁ ।

ସେ କହିଛନ୍ତି, ଏବେ ରାଜ୍ୟରେ ଯେଉଁ କରୋନା ପଜିଟିଭ ସଂଖ୍ୟା ବଢୁଛି, ତାହା ସଂଗରୋଧ କେନ୍ଦ୍ରରେ ହିଁ ବଢୁଛି । ବାହାରୁ ଯେଉଁ ଲୋକମାନେ ଆସୁଛନ୍ତି, ତାଙ୍କୁ ସଂଗରୋଧ କେନ୍ଦ୍ରକୁ ନିଆଯାଉଛି । ସେଠାରେ ତାଙ୍କର ଯତ୍ନ ନିଆଯାଉଛି । ଯଦି ଜଣେ ବ୍ୟକ୍ତି ଭଲ ଭାବରେ ସଂଗରୋଧ କେନ୍ଦ୍ରରେ ରହୁଛନ୍ତି, କୌଣସି ଭୟ କରିବାର ନୁହେଁ । ଆମେ ନିୟନ୍ତ୍ରିତ ପରିସ୍ଥିତି ଦେଇ ଗତି କରୁଛୁ । ଏଥି ପାଇଁ ସରକାର ଓ ସରପଂଚମାନେ ଲାଗିଛନ୍ତି ।

ମିଶନ ଶକ୍ତି ମହିଳାମାନେ କିଭଳି କରୁଛନ୍ତି କରୋନା ଯୁଦ୍ଧ? ଏହାର ପୂରା ତଥ୍ୟ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ । ତେବେ ବିଗତ ଦେଢ଼ମାସ ମଧ୍ୟରେ କରୋନା ଯୁଦ୍ଧର ମୁକାବିଲା ପାଇଁ ଆଜି ସୁଦ୍ଧା ୪୦ ଲକ୍ଷରୁ ଉଦ୍ଧ୍ୱର୍ ମାସ୍କ ତିଆରି କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ଗାଁ ଗହଳିରେ ଲୋକମାନଙ୍କୁ ସଂକ୍ରମଣରୁ ରୋକିବା ପାଇଁ ଘରେ ଘରେ ୮ ହଜାର ମାଆମାନେ ପରିବା ଓ ରାସନ୍ ବାଣ୍ଟିଛନ୍ତି ।

ସେହିଭଳି ପ୍ରତ୍ୟେକ ପଞ୍ଚାୟତରେ କିଚେନ୍ ବ୍ୟବସ୍ଥା କରାଯାଇ ଏପର୍ଯ୍ୟନ୍ତ ଦେଢ଼ କୋଟି ମିଲ୍ ପ୍ରସ୍ତୁତ ହୋଇସାରିଲାଣି । କେବଳ ଏତିକି ନୁହେଁ ଟେକ୍ ହୋମ୍ ରାସନ୍- ଯାହା ଅଙ୍ଗନବାଡ଼ି କେନ୍ଦ୍ରରେ ନୁହେଁ ବରଂ ୮୦ ଲକ୍ଷ ମା ଓ ପିଲାମାନଙ୍କ ପାଇଁ ଘରେ ଘରେ ଯାଇ ବଣ୍ଟନକରିଛନ୍ତି ମିଶନ ଶକ୍ତିର ମାଆ । ଆଉ ଗ୍ରୀନ୍ ଜୋନ୍ ଅଞ୍ଚଳରେ ଜୀବନଜୀବିକା ଯଥା: ମତ୍ସ୍ୟ, ପନିପରିବା, ଗୋପାଳନ-ପୋଖରୀ ଖନନ କାମ ହାତକୁ ନେଇଛନ୍ତି । ଯାହାଦ୍ୱାରା ସ୍ଥାନୀୟ ଅର୍ଥନୀତି ଚଳଚଞ୍ଚଳ ହେଉଛି । ସେଥିପାଇଁ ତାଙ୍କୁ ଅଧିକ ସଶକ୍ତ କରିବା ପାଇଁ ବିନା ସୁଦ୍ଧରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪୫ କୋଟି ଋଣ ପ୍ରଦାନ କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚଳଚଞ୍ଚଳ ରଥଖଳା...

Sat May 9 , 2020
ବାସ୍ତବ ବ୍ୟୁରୋ-କେନ୍ଦ୍ର ସରକାରଙ୍କ ରଥ ନିର୍ମାଣ ପାଇଁ ଗ୍ରୀନ ସିଗ୍ନାଲ୍ ମିଳିବା ପରେ ଦ୍ୱିତୀୟ ଦିନରେ ଚଳଚଞ୍ଚଳ ରଥଖଳା । ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥଖଳାରେ ସବୁ ନିୟମକୁ ପାଳନ କରି ରଥ କାମରେ ଲାଗିଛନ୍ତି ବିଶ୍ୱକର୍ମା ସେବାୟତ । ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ ରଥଖଳାରେ ସାମାଜିକ ଦୂରତାକୁ ପାଳନ କରି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । ରଥ ଖଳା ନିକଟରେ ଲୋକଙ୍କ […]

You May Like

Pin It on Pinterest