ଜୀବନ ବୀମା ଅଭିକର୍ତ୍ତା ସଂଘ ବାର୍ଷିକ ଉତ୍ସବ-୨୦୨୫

କଟକ(ସଂଜୟ ଶତପଥୀ): ଜୀବନବୀମା ଅଭିକର୍ତ୍ତା ସଂଘ ସିଡିଏ ସେକ୍ଟର ୬କଟକ ଶାଖା୧ର ବାର୍ଷିକ ସାଧାରଣ ଅଧିବେଶନ୨୨୫ ସ୍ତାନୀୟ ଟାଉନ ହଲ ଠାରେ ସତାଧିକା ଅଭିକର୍ତ୍ତାଙ୍କ ଉପସ୍ଥିତ ରେ ଶାଖାର ସଭାପତି ଗୌତମ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦରଜରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୁର୍ବକ ଗଣେଶଙ୍କର ବନ୍ଦନା ଓ ଜୀବନ ବୀମା ନିଗମ ଗୀତ ଗାନ କରି, ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା। ଭାରତର ଅଗ୍ରୀଣ ଭାରତୀୟ ଜୀବନ ବୀମା କଟକ ମଣ୍ଡଳ ପରିଷଦର କାର୍ଯ୍ୟନିର୍ବାହୀ ସଭାପତି ଅରବିନ୍ଦ ଚନ୍ଦ୍ର ଦାସ,ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ପଣ୍ଡା ମୁଖ୍ୟ ବକ୍ତା ଭାବେ,ଜୀବନ ବୀମା ପୂର୍ବତଟ କେନ୍ଦ୍ରୀୟ ପରିଷଦର ଫେଡେରେସନ୍ ର କାର୍ଯ୍ୟକାରି ସଭ୍ୟ ଶରତ ଚନ୍ଦ୍ର ପରିଡା,ପ୍ରଭୃତି ଅତିଥି ଭାବେ ଯୋଗଦେଇ ବୀମା ଅଭିକର୍ତ୍ତା ମାନଙ୍କ ବୃତ୍ତି ସୁରକ୍ଷା ସହ ନିଜର ଦାବି ହାସଲ ପାଇଁ ସଂଘଟିତ ହୋଇ ଏକତା ପାଇଁ ସୂଚାଇ ଥିଲେ।

ବୀମା ଶାଖାର ବାରିଷ୍ଟ ପ୍ରବନ୍ଧକ ନାରାୟଣ ଚନ୍ଦ୍ର ବେହେରା, ବୀମା ଉପରେ ଜୀ ଏସ୍ ଟି ଉଚ୍ଛେଦ କରିବା ପରେ ତାର ଉଦାରତା ବୀମାଧାରୀଙ୍କ ଦୃଷ୍ଟି ଆକର୍ଷଣ କରିବାପାଇଁ ନିବେଦନ କରିଥିଲେ.
ଉପ ଶାଖା ପ୍ରବନ୍ଧକ ଜଗନ୍ନାଥ ସିଂହ, ବୀମା ଧାରଙ୍କର ସେବା ପ୍ରଦାନ ଉନ୍ନତି ଓ ନୂତନ ବୀମା ଯୋଜନା ବିଷୟରେ ଆଲୋଚନା ମାର୍ଗଦର୍ଶନ କରିଥିଲେ। କଟକ ଶାଖା ୧ର ସମ୍ପାଦକ ମୌସମ କୁମାର ସାହୁ ,ବାର୍ଷିକ ବିବରଣୀ ପାଠ କରି ସଂଘ ପକ୍ଷରୁ ଆୟୋଜିତ ଅନେକ ଗୁଡିଏ ସେବା ମୂଳକ କାର୍ଯ୍ୟକ୍ରମ କୁ ଉଲ୍ଲେଖ କରିଥିଲେ।

କୋଷାଧ୍ୟକ୍ଷ ଅଭିନ୍ନ ଚରଣ ବାରିକ ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ।ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶରତ ଚନ୍ଦ୍ର ପରିଡା ଙ୍କ ତତ୍ତ୍ବାବଧାନରେ ସଞ୍ଚାଳିତ ହୋଇଥିଲା।ମଞ୍ଚ ପରିଚାଳନା, ଅର୍ପିତା ଦାସ, ଜ୍ୟୋସ୍ନାମୟୀ କର,ଅକ୍ଷୟ କୁମାର ବେହେରା ଓ ଡକ୍ଟର ଆଇ.ସୁବ୍ରମଣ୍ୟମ୍ କରିଥିଲେ।ପରିଶେଷରେ ଅର୍ପଣ ବିଷ୍ଣୁ ଚରଣ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଚାଲେଞ୍ଜିଂ ଷ୍ଟାର ପବ୍ଲିକ୍ ସ୍କୁଲ୍‌ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

Sat Dec 13 , 2025
ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଚାଲେଞ୍ଜିଂ ଷ୍ଟାର୍ ପବ୍ଲିକ୍ ସ୍କୁଲ୍‌ର ଅଷ୍ଟମ ବାର୍ଷିକ ଉତ୍ସବ ସମାଜର ବଦଳୁଥିବା ଆବଶ୍ୟକତା’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ମହା ସମାରୋହରେ ପାଳିତ ହୋଇଯାଇଛି।​ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୋଛ୍ସନା ରାଣୀ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀଯୁକ୍ତ ଦାଶରଥି ଶତପଥୀ, ସମ୍ମାନିତ ଅତିଥି ଭାବେ ଡକ୍ଟର ହରିହର କାନ୍ନୁନଗୋ, ପୂର୍ବତନ ନିର୍ଦ୍ଦେଶକ, […]

You May Like

Pin It on Pinterest