ଚାଲେଞ୍ଜିଂ ଷ୍ଟାର ପବ୍ଲିକ୍ ସ୍କୁଲ୍‌ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଚାଲେଞ୍ଜିଂ ଷ୍ଟାର୍ ପବ୍ଲିକ୍ ସ୍କୁଲ୍‌ର ଅଷ୍ଟମ ବାର୍ଷିକ ଉତ୍ସବ ସମାଜର ବଦଳୁଥିବା ଆବଶ୍ୟକତା’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ମହା ସମାରୋହରେ ପାଳିତ ହୋଇଯାଇଛି।
​ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜୋଛ୍ସନା ରାଣୀ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀଯୁକ୍ତ ଦାଶରଥି ଶତପଥୀ, ସମ୍ମାନିତ ଅତିଥି ଭାବେ ଡକ୍ଟର ହରିହର କାନ୍ନୁନଗୋ, ପୂର୍ବତନ ନିର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନ , ଶ୍ରୀ ବି. ଏସ୍. ଭାକୁନି, ଡିଜିଏମ୍ ଓ ଜୋନାଲ୍ ହେଡ୍, ୟୁକୋ ବ୍ୟାଙ୍କ ଏବଂ ସମାଜସେବୀ ଶ୍ରୀ ତ୍ରିଭୁବନ ମହାପାତ୍ର, ବାସ୍ତବ କଥାର ସମ୍ପାଦକ ଶ୍ରୀ ଶ୍ରୀମନ୍ତ କୁମାର ପଣ୍ଡା ସାମାଜିକ କର୍ମୀ ଶ୍ରୀ ହରିହର ଦାଶ ଓ଼ ମନୋରଞ୍ଜନ ମହାନ୍ତି ମହୋଦୟ ମଞ୍ଚାସୀନ ଥିଲେ।
ମୂଖ୍ୟ ଅତିଥି ଶ୍ରୀ ଶତପଥି ମହାଶୟ ପିଲାମାନଙ୍କର ଅଭିଭାବକ ମାନଙ୍କୁ ଏକ ଉପଯୁକ୍ତ ବିଦ୍ୟାଳୟ ଚୟନ ଓ଼ ପିଲାମାନଙ୍କର ପାଠ ପଢା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ ଓ଼ ପ୍ରଦର୍ଶନ ବାସ୍ତବିକ ଉଚ୍ଚକୋଟୀର ବର୍ଣନା କରିଥିଲେ।
ମୂଖ୍ୟ ବକ୍ତା ଶ୍ରୀଯୁକ୍ତ ହରିହର କାନୁନଗୋ ମହାଶୟ ବିଦ୍ୟାଳୟର କାର୍ଯ୍ୟକ୍ରମ ଓ଼ ପିଲାମାନଙ୍କର ବିଦ୍ୟାଳୟରେ ଆଗ୍ରହ, ଉତକର୍ଷତା ଓ଼ ଉଚ୍ଚକୋଟୀର ଫଳାଫଳ ଉପରେ ଆଲୋକପାତ କରିଥିଲେ।
ଶ୍ରୀ ତ୍ରିଭୁବନ ମହାପାତ୍ର ପରିବର୍ତ୍ତନଶିଳ ପରିସ୍ଥିତିକୁ ଅନୁଧ୍ୟାନକରି ନିଜସ୍ୱ ମତକୁ ଆଧାରକରି କହିଥିଲେ ଯେ ଆଜିର ଏହି ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ପିଲାମାନଙ୍କୁ ପ୍ରଥମେ ଦୈନ୍ୟଦିନ ଜୀବନ ଚାର୍ଯ୍ୟାରେ କିପରି ନିତ୍ୟକର୍ମ, ଗୁରୁଜନ ମାନଙ୍କୁ ଭକ୍ତି, ବିଶେଷ ଭାବରେ ପିତାମାତାଙ୍କୁ ଭୂମିଷ୍ଠ ପ୍ରଣାମ ଓ଼ ଈଶ୍ବର ପ୍ରେମୀ ହେବ ସଙ୍ଗେ ସଙ୍ଗେ ପ୍ରଚଳିତ ସମାଜ ଓ଼ ଶିକ୍ଷା ଉପରେ ଗୁରୁତ୍ୱ ଦେବାପାଇଁ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ଼ ଅଭିଭାକମାନଙ୍କୁ ବିନମ୍ର ପ୍ରସ୍ତାବ ଦେଇଥିଲେ।
​ମଞ୍ଚାସୀନ ଅତିଥିମାନେ ନିଜ ନିଜର ଭାଷଣରେ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ମୋବଇଲର ବ୍ୟବହାର /ଅପବ୍ୟବହାର କିପରି ଚାଲିଛି ଏବଂ ସମାଜର ପରିବର୍ତ୍ତିତ ଆବଶ୍ୟକତା ସହିତ ତାଳ ଦେଇ ଶିଶୁମାନଙ୍କୁ ଭବିଷ୍ୟତ ପାଇଁ ଗଢ଼ି ତୋଳାଯାଇପାରିବ ସେ ସମ୍ପର୍କରେ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ। ସେମାନେ ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଏବଂ ବ୍ୟାବହାରିକ ଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
​ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଅବସରରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବାର୍ଷିକ ଉତ୍ସବରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଉପସ୍ଥିତ ଥିବା ୟୁକୋ ବ୍ୟାଙ୍କର ଭୁବନେଶ୍ୱର ଯ଼ୋନାଲ ହେଡଙ୍କ ଦ୍ୱାରା ପ୍ରଦତ୍ତ ପୁରସ୍କାର ଗୁଡିକ ଛାତ୍ର ଛାତ୍ରୀମାନଙ୍କର ଉତ୍ସାହ ବଢ଼ାଇବାସହ ଏକ ଆନନ୍ଦର ହସ ଦେଖିବାକୁ ମିଳିଥିଲା।
ବିଦ୍ୟାଳୟର ଏହି ସଫଳ ଆୟୋଜନକୁ ଉପସ୍ଥିତ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ବିଶେଷଭାବେ ଏହି ଅନୁଷ୍ଠାନର ଅଧକ୍ଷାଙ୍କର ନିଷ୍ଠାପର ଉଦ୍ୟମ ଓ ବିଦ୍ୟାଳୟର ଶିକ୍ଷକ / ଶିକ୍ଷୟିତ୍ରୀ, ଏବଂ ପରିଚାଳନା ବୋଡ଼ର ସଭ୍ୟ/ ସଭ୍ୟା ମାନଙ୍କର ଅଂକୁଣ୍ଠ ସହଯୋଗରେ ଉତ୍ସବଟିର ସାଫଲ୍ୟ ମନେହୋଇଥିଲା।

ସେୟାର କରନ୍ତୁ

Next Post

ଟୋପେ ପିଇବା ପାଣି ପାଇଁ ଡହଳବିକଳ-ତଳଗୋଡ଼ି ଗ୍ରାମବାସୀ....

Sat Dec 20 , 2025
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି(ବାସ୍ତବ କଥା):ପିଇବା ପାଣି ଟୋପେ ପାଇଁ,ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଲମତାଗୁଡା ପଞ୍ଚାୟତ ଅଧିନରେ ରହିଥିବା ଦୁର୍ଗମ ପାହାଡିଆ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଳଗୋଡି ଗାଁ ଲୋକେ ଡହଳବିକଳ। ଏହି ଗାଁ ରେ ବସବାସ କରୁଛନ୍ତି ୬୦ ପରିବାରରେ ପ୍ରାୟ ୨୦୦ ଲୋକ।ଗ୍ରାମରେ ୩ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପରୁ ଦୂଷିତ ପାଣି ବାହାରିଥାଏ।ଆଉ ଗୋଟିଏ ନଳକୂପ ରେ ଜଳସ୍ତର ହ୍ରାସ ଯୋଗୁଁ ଗୋଟିଏ ବାଲଟି କାଢ଼ିଲେ […]

You May Like

Pin It on Pinterest